Question 1.
ଦିନର ବିଭିନ୍ନ ସମୟରେ ଜଣେ ରୋଗୀର ତାପମାତ୍ରା ଫାରେନ୍ହାଇଟ୍ ଏକକରେ ନିର୍ଣ୍ଣୟ କରାଯାଇ ନିମ୍ନ ସାରଣୀରେ ଲେଖାଯାଇଅଛି । ଉକ୍ତ ତଥ୍ୟାବଳୀର ଏକ ରେଖାଚିତ୍ର ଅଙ୍କନ କର ।
ସମୟ 8.00 a.m. 10.00 a.m. 12.00 noon 2.00 p.m. 4.00 p.m. 6.00 p.m. 8.00 p.m.
ଫାରେନ୍ହାଇଟ୍ ରେ ତାପମାତ୍ରା 100.4° 102.4° 103.6° 104.0° 102.8° 102.0° 100.8°
ଅଙ୍କିତ ରେଖାଚିତ୍ରରୁ ନିମ୍ନସ୍ଥ ପ୍ରଶ୍ନମାନଙ୍କର ଉତ୍ତର ନିର୍ଣ୍ଣୟ କର ।
(i) ଅପରାହ୍ନ 3.00 ଘଣ୍ଟା ସମୟରେ ରୋଗୀର ତାପମାତ୍ରା କେତେ ଥିଲା?
(ii) କେଉଁ ସମୟରେ ରୋଗୀର ତାପମାତ୍ରା 103° ଫାରେନ୍ହାଇଟ୍ ଥିଲା?
ସମାଧାନ:
ସମୟ ଓ ତାପ ରେଖାଚିତ୍ର ଅଙ୍କନ ପ୍ରଣାଳୀ :
(a) ଗ୍ରାଫ୍ କାଗଜରେ ପରସ୍ପର ପ୍ରତି ଲମ୍ବଭାବରେ x- ଅକ୍ଷ ଓ y- ଅକ୍ଷ ଅଙ୍କନ କରାଯାଉ । ଏହି ଦୁଇ ଅକ୍ଷର ଛେଦ ବିନ୍ଦୁକୁ O ଧରାଯାଉ।
x- ଅକ୍ଷରେ ସେ.ମି. = 2 ଘଣ୍ଟା ସ୍କେଲ୍ର ସମୟ ଏବଂ y – ଅକ୍ଷରେ ସେ.ମି. = 1°F ସ୍କେଲ୍ରେ ତାପମାତ୍ରା ଚିହ୍ନଟ କରାଯାଉ
(b) ସାରଣୀକୁ ଦେଖୁ ସମୟ ଓ ସଂପୃକ୍ତ ତାପମାତ୍ରାକୁ ଯଥାକ୍ରମେ x ଓ y ସ୍ଥାନାଙ୍କ ରୂପେ ନେଇ ବିନ୍ଦୁମାନ ସଂସ୍ଥାପନ କରାଯାଉ ।
(c) ଏହି ବିନ୍ଦୁମାନଙ୍କୁ କ୍ରମାନ୍ୱୟରେ ରେଖାଖଣ୍ଡମାନଙ୍କ ଦ୍ବାରା ସଂଯୋଗ କଲେ ତାହା ସମୟ ଓ ତାପମାତ୍ରାର ରେଖାଚିତ୍ର ହେବ ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(c)
(i) ଅପରାହ୍ନ 3 ଘଣ୍ଟା ସମୟରେ ରୋଗୀର ତାପମାତ୍ରା 103.3° ଫାରେନ୍ହାଇଟ୍ ଥିଲା ।
(ii) ଅପରାହ୍ନ 3.30 ଘଣ୍ଟା ସମୟରେ ରୋଗୀର ତାପାମାତ୍ରା 103° ଫାରେନ୍ହାଇଟ୍ ଥିଲା ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(c)
Question 2.
ନିମ୍ନ ସାରଣୀରେ ଥିବା ତଥ୍ୟାବଳୀକୁ (Time-Temperature) ଲେଖଚିତ୍ର ମାଧ୍ୟମରେ ପ୍ରକାଶ କର ।
ସମୟ (in hrs) 8.00 a. m. 10.00 a.m. 12.00 noon 2.00 p.m. 4.00 p.m. 6.00 p.m. 8.00 p.m.
ତାପମାତ୍ରା (in °F) 100 101 104 103 99 88 100
ସମାଧାନ:
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(c) 1
Question 3.
ନିମ୍ନ ସାରଣୀରେ ଅନ୍ତର୍ଭୁକ୍ତ ତଥ୍ୟାବଳୀର (Velocity-Time) ଉପସ୍ଥାପନା ଲେଖଚିତ୍ର ମାଧ୍ୟମରେ ପ୍ରକାଶ କର ।
ସମୟ (in hrs) 7.00 a.m. 8.00 a.m. 9.00 a.m. 10.00 a.m. 11.00 a.m. 12.00 noon 1.00 p.m. 2.00 p.m.
ତାପମାତ୍ରା (in km/hr.) 30 45 60 50 70 50 40 45
ସମାଧାନ:
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(c) 2
Question 4.
ନିମ୍ନସ୍ଥ ସାରଣୀରେ ଥିବା ତଥ୍ୟାବଳୀର ଏକ ବାରମ୍ବାରତା ନିର୍ଦ୍ଦେଶକ ରେଖାଚିତ୍ର ଅଙ୍କନ କର ।
ଲବ୍ଧାଙ୍କ 0-5 5-10 10-15 15-20 20-25 25-30
ବାରମ୍ବାରତା 8 13 22 30 24 12
ସମାଧାନ:
ଲବ୍ଧାଙ୍କ ସଂଭାଗର ମଧ୍ୟବିନ୍ଦୁ ବାରମ୍ବାରତା
0-5 2.5 8
5-10 7.5 13
10-15 12.5 22
15-20 17.5 30
20-25 22.5 24
25-30 27.5 12
ବାରମ୍ବାରତା ନିର୍ଦ୍ଦେଶକ ରେଖାଚିତ୍ର ଅଙ୍କନ :
(i) ଗ୍ରାଫ୍ କାଗଜରେ x-ଅକ୍ଷ ଓ y-ଅକ୍ଷ ଅଙ୍କନ କରାଯାଉ ।
(ii) x-ଅକ୍ଷରେ 1 ସେ.ମି. = 5 ଏକକ ସ୍କେଲର ସାହାଯ୍ୟରେ 0 ଠାରୁ 30 ଏକକ ପର୍ଯ୍ୟନ୍ତ ଲବ୍ଧାଙ୍କମାନ ଦର୍ଶାଯାଇ ପ୍ରତ୍ୟେକ ସଂଭାଗର ମଧ୍ୟବିନ୍ଦୁ ନିର୍ଦ୍ଦେଶ କରାଯାଉ ।
(iii) y-ଅକ୍ଷରେ l ସେ.ମି. = 5 ଏକକ ସ୍କେଲ ସାହାଯ୍ୟରେ ( ଠାରୁ 35 ଏକକ ପର୍ଯ୍ୟନ୍ତ ବାରମ୍ବାରତା ନିର୍ଦ୍ଦେଶ କରାଯାଉ ।
(iv) ସାରଣୀକୁ ଦେଖ୍ ପ୍ରତ୍ୟେକ ସଂଭାଗର ମଧ୍ୟବିନ୍ଦୁ ଓ ତାହା ସହିତ ସଂପୃକ୍ତ ବାରମ୍ବାରତା ଯଥାକ୍ରମେ x-ସ୍ଥାନାଙ୍କ ଓ y- ସ୍ଥାନାଙ୍କ ରୂପେ ନେଇ ଗ୍ରାଫ କାଗଜରେ ବିନ୍ଦୁମାନ ସଂସ୍ଥାପନ କରାଯାଉ ।
(v) ସେହି ବିନ୍ଦୁମାନଙ୍କୁ କ୍ରମାନ୍ୱୟରେ ରେଖାଖଣ୍ଡମାନଙ୍କ ଦ୍ଵାରା ଯୋଗକଲେ ତାହା ବାରମ୍ବାରତା ନିର୍ଦ୍ଦେଶକ ରେଖାଚିତ୍ର ହେବ ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(c) 3
Question 5.
130 ଜଣ ବ୍ୟକ୍ତିଙ୍କର ଉଚ୍ଚତା ସେ.ମି. ମାପରେ ନିମ୍ନ ସାରଣୀରେ ଦିଆଯାଇଛି । ଏହି ତଥ୍ୟର ପୌନଃପୁନ୍ୟ ରେଖାଚିତ୍ର ଅଙ୍କନ କର ।
ଉଚ୍ଚତା (ସେ.ମି.ରେ) 145-155 155-165 165-175 175-185 185-195 195-205
ବାରମ୍ବାରତା 3 35 48 32 10 2
ସମାଧାନ:
ଲବ୍ଧାଙ୍କ (ସଂଭାଗ) ସଂଭାଗର ମଧ୍ୟବିନ୍ଦୁ ବାରମ୍ବାରତା
145-155 150 3
155-165 160 35
165-175 170 48
175-185 180 32
185-195 190 10
195-205 200 2
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(c) 4
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(c)
Question 6.
ଗୋଟିଏ ବସ୍ତିରେ ଥିବା 205 ଜଣ ବାସିନ୍ଦାଙ୍କର ମାସିକ ଖର୍ଚ୍ଚ ନିମ୍ନ ସାରଣୀରେ ଦିଆଯାଇଅଛି । ଏହି ତଥ୍ୟର ପୌନ୍ୟପୁନ୍ୟ ରେଖାଚିତ୍ର ଅଙ୍କନ କର ।
ମାସିକ ଖର୍ଚ୍ଚ 100-150 150-200 200-250 250-300 300-350 350-400 400-450 450-500
ବାରମ୍ବାରତା 25 33 40 31 30 22 16 3
ସମାଧାନ:
ଲବ୍ଧାଙ୍କ (ସଂଭାଗ) ସଂଭାଗର ମଧ୍ୟବିନ୍ଦୁ ବାରମ୍ବାରତା
100-150 125 25
150-200 175 33
200-250 225 40
250-300 275 31
300-350 325 30
350-400 375 22
400-450 425 16
450-500 475 3
200
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(c) 5
No comments:
Post a Comment