BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

Pradeep Kumar Moharana

By Pradeep Kumar Moharana

in

1. ନିମ୍ନଲିଖତ ପୃଥକୀକରଣ ପାଇଁ କେଉଁ ପୃଥକୀକରଣ କୌଶଳ ପ୍ରୟୋଗ କରାଯାଏ ?

ସୋଡ଼ିୟମ୍ କ୍ଲୋରାଇଡ୍‌ର ଜଳରେ ଏହାର ଦ୍ରବଣକୁ ପୃଥକୀକରଣ ।
ସୋଡ଼ିୟମ୍‌ କ୍ଲୋରାଇଡ୍ ଓ ଏମୋନିୟମ୍ କ୍ଲୋରାଇଡ୍ର ମିଶ୍ରଣକୁ ଏମୋନିୟମ୍ କ୍ଲୋରାଇଡ୍ ପୃଥକୀର କରଣ ।
ଗୋଟିଏ କାର୍‌ର ଇଞ୍ଜିନ୍ ତେଲରେ ରହିଯାଇଥିବା ଛୋଟ ଛୋଟ ଧାତୁଖଣ୍ଡମାନଙ୍କର ପୃଥକୀକରଣ ।
ଫୁଲ ପାଖୁଡ଼ାର ନିର୍ଯାସରୁ (extract) ବିଭିନ୍ନ ବର୍ଣ୍ଣକଣା (ଉପାଦାନ)ର ପୃଥକୀକରଣ ।
ଦହିରୁ ଲହୁଣିର ପୃଥକୀକରଣ ।
ଚାହାରୁ ଚାହାପତ୍ରର ପୃଥକୀକରଣ ।
ଗହମଦାନାରୁ ଚୋପାର ପୃଥକୀକରଣ ।
ଜଳରେ ଭାସୁଥ‌ିବା ସୂକ୍ଷ୍ମ ପଙ୍କ କଣିକାମାନଙ୍କ ପୃଥକୀକରଣ ।
ପାଣିରୁ ତେଲର ପୃଥକୀକରଣ ।
  1. ବାଲିରୁ ଲୁହା ପିନ୍ ର ପୃଥକୀକରଣ ।
ଉ –

ରାଷ୍ଟ1ଭବନ ଓ ସୁଟିକ1କରଣ
ଊର୍ଦ୍ଧ୍ବ ପାତନ
ପରିସ୍ରବଣ
କ୍ରୋମାଟୋଗ୍ରାଫି
କୋଦ୍ରାପସାରଣ ପଦ୍ଧତି
ପୃଥକ1କରଣ ଫନେଲ
ଚାଲୁଣୀରେ ଛାଣିବା
ଚୁମ୍ବକୀୟ ପୃଥକୀକରଣ
କୁଲା ଦ୍ଵାରା ପାଦୁଡିବ୍
ପରିସ୍ରବଣ
2. ଦ୍ରବଣ, ଦ୍ରାବକ, ଦ୍ରବ, ମିଳେଇଯିବା, ଦ୍ରବୀଭୂତ, ଅଦ୍ରବୀଭୂତ, ଛାଣିବା ଓ ବଳକା ଅଂଶ ଇତ୍ୟାଦି ଶବ୍ଦ ବ୍ୟବହାର କରି ଚାହା ପ୍ରସ୍ତୁତିର ସୋପାନଗୁଡ଼ିକ ଲେଖ ।
ଉ –

ପ୍ରଥମେ କ୍ଷୀରକୁ ଦ୍ରାବକ ଭାବରେ ନେଇ ଗରମ କରାଯାଉ ।
ସେଥୁରେ ଚିନି ଓ ଚାହାଦାନାକୁ ଦୂବ ଭାବରେ ନେଇ ଦ୍ରବଣ ପ୍ରସ୍ତୁତ କରାଯାଉ । ଏହି ଦ୍ରବଣକୁ କିଛି ସମୟ ଉତ୍ତପ୍ତ କରାଯାଉ ।
ଚିନି ଦ୍ରବୀଭୂତ ହେବ ଓ ଚାହାଦାନ ମିଳାଇଯିବ ।
ଚାହା ଛାଣିବା ଦ୍ଵାରା ଅଦ୍ରବୀଭୂତ ଅଂଶ ଅଲଗା ହୋଇଯିବ ।
ବଳକା ଅଂଶ ହେଉଛି ଆବଶ୍ୟକ ଚାହା ।
3. ବନ୍ଦନା ବିଭିନ୍ନ ତାପମାତ୍ରାରେ ତିନୋଟି ଭିନ୍ନ ପଦାର୍ଥର ଦ୍ରବଣୀୟତା ପର ତଥ୍ୟଗୁଡ଼ିକ ସଂଗ୍ରହ କଲା । 100g ଜଳରେ କେତେ ଗ୍ରାମର ପଦାର୍ଥ ସୃଷ୍ଟି ହୋଇପାରିବ, ସେହି ଦ୍ରବଣୀୟତା ସାରଣୀରେ ଦିଆଯାଇଛି ।
BSE Odisha 9th Class Physical Science Solutions Chapter 2 img-1
(a) 313K ତାପମାତ୍ରାରେ 50 ଗ୍ରାମ୍ ଜଳରେ ପୋଟାସିୟମ୍ ନାଇଟ୍ରେଟ୍‌ ଏକ ପୃକ୍ତ ଦ୍ରବଣ ତିଆରି ପାଇଁ କେତେ ବସ୍ତୁତ୍ଵର ପୋଟାସିୟମ୍ ନାଇଟ୍ରେଟ୍ ଆବଶ୍ୟକ ହେବ ?

(b) 353K ତାପମାତ୍ରାରେ ବନ୍ଦନା ପୋଟାସିୟମ୍ କ୍ଲୋରୋଇଡ୍‌ର ଏକ ଦ୍ରବଣ ଜଳରେ ତିଆରି କଲା ଏବଂ ସାଧାରଣ ତାପମାତ୍ରାରେ ଥଣ୍ଡା କରିବାକୁ ଛାଡ଼ିଦେଲା । ଦ୍ରବଣଟି ଥଣ୍ଡା ହେଲାପରେ ସେ କ’ଣ ପର୍ଯ୍ୟବେକ୍ଷଣ କଲା ବୁଝାଅ ।


(c) 293Kରେ ପ୍ରତ୍ୟେକ ଲବଣର ଦ୍ରବଣୀୟତାର କଳନା କର । ଏହି ତାପମାତ୍ରାରେ କେଉଁ ଲବଣର ଦ୍ରବଣୀୟତା ସର୍ବାଧ‌ିକ ?

ଉ –
(d) ଏକ ଲବଣର ଦ୍ରବଣୀୟତା ଉପରେ ତାପମାତ୍ରା ପରିବର୍ତ୍ତନର କ’ଣ ପ୍ରଭାବ ପଡ଼ିଥାଏ ?

(a) 313 K ତାପମାତ୍ରାରେ ଏକ ପୃକ୍ତ ଦ୍ରବଣ ତିଆରି ପାଇଁ
100g ଜଳ ଆବଶ୍ୟକ କରୁଥିବା ପୋଟାସିୟମ୍ ନାଇଟ୍ରେଟର ପରିମାଣ 62g
∴ 50g ଜଳ ଆବଶ୍ୟକ କରୁଥିବା ପୋଟାସିୟମ୍‌ର ନାଇଟ୍ରେଟର ପରିମାଣ BSE Odisha 9th Class Physical Science Solutions Chapter 2 img-2

(b) ବନ୍ଦନା ଲକ୍ଷ୍ୟ କଲାଯେ, ଦ୍ରବଣ ଥଣ୍ଡା ହେବାକୁ ଆରମ୍ଭ କଲାମାତ୍ରେ ପୋଟାସିୟମ କ୍ଲୋରାଇଡ଼ ନିମ୍ନରେ ସଂଗୃହୀତ ହେବାକୁ ଆରମ୍ଭ କଲା । କାରଣ ନିମ୍ନ ତାପମାତ୍ରାରେ ପଦାର୍ଥର ଦ୍ରବଣୀୟତା କମ୍ ହୋଇଥାଏ ।


(c) 20°C = 20 + 273K = 293K
293 K ତାପମାତ୍ରାରେ (100 ଗ୍ରାମ୍ ଜଳରେ)
ପୋଟାସିୟମ୍ ନାଇଟ୍ରେଟର ଦ୍ରବଣ1ପତା – 32 ଗ୍ରାମ୍
ପୋଡ଼ିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 36 ଗ୍ରାମ୍
ପୋଟାସିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 35 ଗ୍ରାମ୍
ଏମୋନିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 37 ଗ୍ରାମ୍


(d) ତାପମାତ୍ରା ବୃଦ୍ଧି ପାଇଲେ ଲବଣର ଦ୍ରବଣୀୟତା ବୃଦ୍ଧିପାଏ ।


4. ନିମ୍ନଲିଖୂତଗୁଡ଼ିକୁ ଉଦାହରଣ ଦେଇ ବୁଝାଅ ।
(a) ପୃକ୍ତ ଦ୍ରବଣ, (b) ବିଶୁଦ୍ଧ ପଦାର୍ଥ, (c) କଲଏଡ୍, (d) ସସ୍ପେନ୍‌ସନ୍ ।

ଉ –

(a) ପୃକ୍ତ ଦ୍ରବଣ – ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେତେବେଳେ ଦ୍ରବଣରେ ଆଉ ଅଧିକ ଦ୍ରବ ଦ୍ରବୀଭୂତ ହୋଇପାରିବ ନାହିଁ, ତାହାକୁ ପୃକ୍ତ ଦ୍ରବଣ କୁହାଯାଏ ।

ଉଦାହରଣ – ଜଳରେ କପର ସଲ୍‌ଫେଟ୍ ଚୂର୍ଣ ମିଶାଇ ଦ୍ରବଣକୁ ଅବିରତ ଭାବରେ ଗୋଳାଯାଉ । ଚୂର୍ଣ୍ଣଗୁଡ଼ିକ ଦ୍ରବୀଭୂତ ହୋଇଯିବ । ପୁଣି ଚୂର୍ଣ୍ଣ ମିଶାଇ ଗୋଳାଯାଉ । ଏହିପରି କ୍ରମାଗତ ଚୂର୍ଣ୍ଣ ମିଶାଇ ଗୋଳାଇଲେ, ଏପରି ଅବସ୍ଥା ଆସିବ ଯେତେବେଳେ ଆଉ ଚୂର୍ଣ୍ଣ ଦ୍ରବୀଭୂତ ନ ହୋଇ ତଳେ ବସିରହିବ । ତା’ପରେ ଦ୍ରବଣକୁ ଛାଣିଦେଲେ ଯେଉଁ ଦ୍ରବଣ ମିଳିବ, ତାହା ହେଉଛି କପର ସଲ୍‌ଫେଟ୍ରର ପୃକ୍ତ ଦ୍ରବଣ ।


(b) ବିଶୁଦ୍ଧ ପଦାର୍ଥ :
(i) ଯେଉଁ ପଦାର୍ଥ କେବଳ ଏକ ପ୍ରକାରର ଅଣୁକୁ ନେଇ ଗଠିତ ହୋଇଥାଏ ଏବଂ ପଦାର୍ଥର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ ରହିଥାଏ, ତାହାକୁ ବିଶୁଦ୍ଧ ପଦାର୍ଥ କୁହାଯାଏ ।

(ii) ଚିନି ଏକ ବିଶୁଦ୍ଧ ପଦାର୍ଥ କାରଣ ଏହାର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ ଓ ଏହାର ସଂଯୋଜନ ସମସ୍ତ ଅଂଶରେ ସମାନ ରହିଥାଏ ।
ଉଦାହରଣ – ଚିନି, ଲୁଣ, ଜଳ, ଲୁହା, ତମ୍ବା, ସୁନା, ରୁପା ଇତ୍ୟାଦି ।

(c) କଲଏଡ୍ – କଲଏଡ ଦ୍ରବଣ ଓ ସସ୍ପେନ୍‌ସନ୍ ର ଏକ ମାଧ୍ୟ ଅବସ୍ଥା । କଲଏଡ୍ ଏକ ଅସମଜାତୀୟ ମିଶ୍ରଣ, ଯାହାର କଣିକାଗୁଡ଼ିକର ଆକାର (1nm ରୁ 100nm ମଧ୍ୟରେ) ଖାଲି ଆଖୁରେ ଦେଖୁବା ପାଇଁ ଖୁବ୍‌ ଛୋଟ ହୋଇଥାଏ କିନ୍ତୁ ଆଲୋକକୁ ବିସରିତ କରିବା ପାଇଁ ଆବଶ୍ୟକୀୟ ଆକାରଠାରୁ ଅଧିକ ହୋଇଥାଏ ।
ଉଦାହରଣ – ସାବୁନ ମିଶ୍ରିତ ଜଳ, ଅଠା, କ୍ଷୀର, ଏଲୟ ଆଦି କଲଏଡ଼ର ଉଦାହରଣ ଅଟନ୍ତି ।


(d) ସସ୍ପେନସନ୍ – ଦ୍ରାବକରେ ଯେଉଁ ଦ୍ରବ ଦ୍ରବୀଭୂତ ହୁଏ ନାହିଁ ଓ ଯାହାର କଣିକାଗୁଡ଼ିକ ଖାଲି ଆଖୁକୁ ଦେଖାଯାଏ ଏବଂ ଭାସମାନ ଅବସ୍ଥାରେ ଧୀରେ ଧୀରେ ନିମ୍ନରେ ବସିଯାଏ । ତାହାକୁ ସସ୍ପେନ୍ ସନ୍ କୁହାଯାଏ । ସସ୍ପେନସନ୍ ହେଉଛି ତରଳରେ କଠିନର ଏକ ଅସମଜାତୀୟ ମିଶ୍ରଣ । ଏଥ‌ିରେ କଣିକାଗୁଡ଼ିକ ଦ୍ରବୀଭୂତ ହୋଇନଥାଏ ।

ଉଦାହରଣ – ବନ୍ୟାଜଳ, ଚକ୍‌ଗୁଣ୍ଡ ମିଶାପାଣି ଆଦି ସସ୍ପେନସନ୍‌ ଉଦାହରଣ ।

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

5. ନିମ୍ନଲିଖୂତ ପ୍ରତ୍ୟେକକୁ ସମଜାତୀୟ ଓ ଅସମଜାତୀୟ ମିଶ୍ରଣ ଭାବେ ଶ୍ରେଣୀବିଭାଗ କର । ସୋଡ଼ାପାଣି, କାଠ, ବାୟୁ, ମାଟି, ଭିନେଗାର, ଛଣା ଚାହା ।
ଉ –
ସମଜାତୀୟ ମିଶ୍ରଣ – ସୋଡ଼ାପାଣି, ବାୟୁ, ଭିନେଗାର, ଛଣା ଚାହା
ଅସମଜାତୀୟ ମିଶ୍ରଣ – ମାଟି, କାଠ

6. ତୁମକୁ ଦିଆଯାଇଥବା ଏକ ରଙ୍ଗହୀନ ତରଳ, ବିଶୁଦ୍ଧ ପାଣି ବୋଲି କିପରି ଜାଣିବ ?
ଉ –

ପାତନ ଯନ୍ତ୍ରରେ ଉକ୍ତ ରଙ୍ଗହୀନ ତରଳ ପଦାର୍ଥକୁ ନେଇ ତା ମଧ୍ୟରେ ଏକ ଥର୍ମୋମିଟରକୁ ବୁଡ଼ାଇ ରଖ୍ ଉକ୍ତ ପଦାର୍ଥକୁ ଉତ୍ତପ୍ତ କରାଯାଉ ।
ଥର୍ମୋମିଟରର ତାପମାତ୍ରା 100°C କିମ୍ବା 373K ତାପମାତ୍ରାରେ ପହଞ୍ଚିଲା ପରେ ଯଦି ସମସ୍ତ ତରଳ ପଦାର୍ଥ ଫୁଟିବାକୁ ଲାଗେ ଓ ବାଷ୍ପୀଭୂତ ହୋଇଯାଏ, ତେବେ ଏହା ବିଶୁଦ୍ଧ ଜଳ ବୋଲି ଜଣାପଡ଼ିବ ।
ଯେତେ ତାପ ପ୍ରୟୋଗ କଲେ ମଧ୍ୟ ଥର୍ମୋମିଟର ତାପମାତ୍ରା 100°C ରୁ ଅଧ‌ିକ ହେବ ନାହିଁ, ତେବେ ଏହା ବିଶୁଦ୍ଧ ଜଳ ନୁହେଁ ବୋଲି ଜଣାପଡ଼ିବ ।
7. ନିମ୍ନଲିଖତ କେଉଁ ଦ୍ରବ୍ୟଗୁଡ଼ିକ ବିଶୁଦ୍ଧ ପଦାର୍ଥ ?
(a) ବରଫ (b) କ୍ଷୀର (c) ଲୁହା (d) ଲବଣାର୍ମି (e) କାସିୟମ୍ ଅକ୍‌ସାଇଡ୍ (f) ପାରଦ (g) ଇଟା (h) କାଠ (i) ବାୟୁ ।
ଉ –
ବିଶୁଦ୍ଧ ପଦାର୍ଥ – ବରଫ, ଲୁହା, ଲବଣାମ୍ଳ, କ୍ୟାଲ୍‌ସିୟମ୍ ଅକ୍‌ସାଇଡ୍,

8. ନିମ୍ନଲିଖୁତ ମିଶ୍ରଣମାନଙ୍କ ମଧ୍ୟରୁ ଦ୍ରବଣଗୁଡ଼ିକୁ ଚିହ୍ନାଅ ।
(a) ମାଟି (b) ସମୁଦ୍ରଜଳ (c) ବାୟୁ (d) କୋଇଲା (e) ସୋଡ଼ା ପାଣି
ଉ –
ଦ୍ରବଣ – ସମୁଦ୍ରଜଳ ଓ ସୋଡ଼ାପାଣି ।

9. ନିମ୍ନଲିଖତ କେଉଁ ଉଦାହରଣରେ ଟିଣ୍ଡାଲ ସିଦ୍ଧାନ୍ତ ଦେଖୁହେବ ।
(a) ଲୁଣ ଦ୍ରବଣ (b) କ୍ଷୀର (c) କପର ସଲ୍‌ଟ୍ ଦ୍ରବଣ (d) ଷ୍ଟାର୍ଚ୍ଚ
ଉ –
କ୍ଷୀର ଓ ଷ୍ଟାର୍କ ଦ୍ରବଣରେ ଟାଇଣ୍ଡାଲ ପ୍ରଭାବ ଦେଖୁହେବ ।

10. ନିମ୍ନଲିଖତ ଦ୍ରବ୍ୟଗୁଡ଼ିକୁ ମୌଳିକ, ଯୌଗିକ ଓ ମିଶ୍ରଣ ଭାବେ ଶ୍ରେଣୀବିଭାଗ କର ।
(a) ସୋଡ଼ିୟମ୍‌ (b) ମାଟି (c) ଚିନି ଦ୍ରବଣ (d) ରୁପା (e) କାଲସିୟମ୍ କାର୍ବୋନେଟ୍ (f) ଟିଣ (g) ସିଲିକନ୍ (h) କୋଇଲା (i) ବାୟୁ (j) ସାବୁନ (k) ମିଥେନ (l) କାର୍ବନ୍ ଡାଇଅକ୍‌ସାଇଡ୍ (m) ରକ୍ତ ।
ଉ –
ମୌଳିକ – ସୋଡ଼ିୟମ୍‌ (Na), ରୁପା (Ag), ଟିଣ (Sn), ସିଲିକନ୍ (Si)
ଯୌଗିକ – କ୍ୟାଲ୍‌ସିୟମ୍ କାର୍ବୋନେଟ୍ (CaCO3), ମିଥେନ୍ (CH4), କାର୍ବନ ଡାଇଅକ୍‌ସାଇଡ୍
ମିଶ୍ରଣ – ମାଟି, ଚିନି ଦ୍ରବଣ, ବାୟୁ, ସାବୁନ, ରକ୍ତ, କୋଇଲା

11. ନିମ୍ନଲିଖ ମଧ୍ୟରୁ କେଉଁଗୁଡ଼ିକ ରାସାୟନିକ ପରିବର୍ତ୍ତନ ?
ଉ –

ଏକ ଗଛର ବୃଦ୍ଧି
ଲୁହାରେ କଳଙ୍କି ଲାଗିବା
ଲୁହା ଗୁଣ୍ଡ ଓ ବାଲି ମିଶିବା
ଖାଦ୍ୟ ଚାନ୍ଦିବା
ଖାଦ୍ୟ ହଜମ ହେବା
ଜଳ ବରଫ ହେବା
ମହମବତୀ ଜଳିବା ।
ରାସାୟନିକ ପରିବର୍ତ୍ତନ – ଗଛର ବୃଦ୍ଧି, ଲୁହାରେ କଳଙ୍କି ଲାଗିବା, ଖାଦ୍ୟ ରାନ୍ଧିବା, ଖାଦ୍ୟ ହଜମ ହେବା ମହମବତୀ ଜଳିବା ।
ପ୍ରଶ୍ନବଳୀ ଓ ଉତ୍ତର:

1. ପଦାର୍ଥ (Substance) କହିଲେ କ’ଣ ବୁଝ ?
ଉ-
ବସ୍ତ୍ର ହେଉଛି ଏକପ୍ରକାର ପଦାର୍ଥ ଯାହାକୁ ଭୌତିକ ଉପାୟରେ ଅନ୍ୟପ୍ରକାର ପଦାର୍ଥକୁ ପୃଥକ କରାଯାଇପାରିବ ।

ଉଦାହରଣ : ଖାଇବା ଲୁଣ (NaCl) ଏକ ବସ୍ତ ଯାହାର ରାସାୟନିକ ଉପାଦାନ, ଯଥା – ସୋଡିୟମ୍ (Na) ଓ କ୍ଲୋରିନ୍ (C) କୁ ଭୌତିକ ପ୍ରକ୍ରିୟାଦ୍ଵାରା ପୃଥକ୍ କରିହେବ ନାହିଁ ।

2. ସମଜାତୀୟ ଓ ଅସମଜାତୀୟ ମିଶ୍ରଣ ମଧ୍ୟରେ ଥ‌ିବା ପାର୍ଥକ୍ୟଗୁଡ଼ିକ ଲେଖ ।
ଉ-
BSE Odisha 9th Class Physical Science Solutions Chapter 2 img-3

3. ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗୋଟିଏ ପୃକ୍ତ ଦ୍ରବଣ ନେଇ ତାହାକୁ ଧୀରେ ଧୀରେ ଥଣ୍ଡା କଲେ କ’ଣ ହେବ ?
ଉ-
ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗୋଟିଏ ପୃକ୍ତ ଦ୍ରବଣ ନେଇ ତାହାକୁ ଧୀରେ ଧୀରେ ଥଣ୍ଡା କଲେ ତାହାର ଗାଢ଼ତା ବୃଦ୍ଧି ପାଇବ, ଅର୍ଥାତ୍ ଆମେ ଏକ ଗାଢ଼ ଦ୍ରବଣ ପାଇବା; କାରଣ ଏଥିରେ ଦ୍ରବର ପରିମାଣ ଅଧିକ ରହିଛି ।
BSE Odisha 9th Class Physical Science Solutions Chapter 2 img-4

4. ଉଦାହରଣ ସହ ସମଜାତୀୟ ଓ ଅସମଜାତୀୟ ମିଶ୍ରଣ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଅ ।
ଉ-
BSE Odisha 9th Class Physical Science Solutions Chapter 2 img-5

5. ସୋଲ, ଦ୍ରବଣ ଓ ଭାସମାନ କଣିକା ପରସ୍ପରଠାରୁ କିପରି ପୃଥକ୍, ବୁଝାଇ ଦିଅ ।
ଉ-
BSE Odisha 9th Class Physical Science Solutions Chapter 2 img-6

6. 293 K ତାପମାତ୍ରାରେ 100 ଗ୍ରାମ୍ ଜଳରେ 36 ଗ୍ରାମ୍‌ର ସୋଡ଼ିୟମ୍ କ୍ଲୋରାଇଡ୍ ମିଶାଇ ଏକ ପୃକ୍ତ ଦ୍ରବଣ ପ୍ରସ୍ତୁତ କରାଗଲା । ଏହାର ଗାଢ଼ତା ଉପରୋକ୍ତ ତାପମାତ୍ରାରେ ନିର୍ଣ୍ଣୟ କର ।
ଉ-
ଦ୍ରବ(ସୋଡ଼ିୟମ କ୍ଲୋରାଇଡ୍)ର ବସ୍ତୁତ୍ଵ = 36 ଗ୍ରାମ୍, ଦ୍ରାବକ(ଜଳ)ର ବସ୍ତତ୍ଵ = 100 ଗ୍ରାମ୍
ଦ୍ରବଣର ବସ୍ତୁତ୍ଵ = ଦ୍ରବର ବସ୍ତତ୍ଵ + ଦ୍ରାବକର ବସ୍ତତ୍ଵ = 100 + 36 = 136 ଗ୍ରାମ୍ ।
∴ ଦ୍ରବଣର ବସ୍ତୁତ୍ୱ ଶତକଡା ବା ଗାଢ଼ତା  BSE Odisha 9th Class Physical Science Solutions Chapter 2 img-7
× 100 = 36g136g x 100 = 26.47%

7. ବାୟୁରେ ଥ‌ିବା ବିଭିନ୍ନ ଗ୍ୟାସ୍‌ଗୁଡ଼ିକୁ ସେମାନଙ୍କର ସ୍ଫୁଟନାଙ୍କର ବଦ୍ଧିତକ୍ରମରେ ସଜାଅ ।
ଉ-
BSE Odisha 9th Class Physical Science Solutions Chapter 2 img-8

8. ବାୟୁ ଥଣ୍ଡା ହେଲାବେଳେ କେଉଁ ଗ୍ୟାସ୍ ପ୍ରଥମେ ତରଳରେ ପରିଣତ ହୁଏ ?
ଉ-
ଆଂଶିକ ପାତନ ସ୍ତମ୍ଭରେ ବାୟୁ ଥଣ୍ଡା ହେଲାବେଳେ ଅକ୍ସିଜେନ୍ ଗ୍ୟାସ୍ ପ୍ରଥମେ ତରଳରେ ପରିଣତ ହୁଏ ।

9. ତୁମେ କିପରି ପରସ୍ପର ସହିତ ମିଶି ଯାଉଥବା କିରୋସିନି ଓ ପେଟ୍ରୋଲର ମିଶ୍ରଣକୁ ପୃଥକ୍ କରିପାରିବ ?
(ସେମାନଙ୍କର ସ୍ଫୁଟନାଙ୍କ ମଧ୍ୟରେ ପାର୍ଥକ୍ୟ 25°C ରୁ ଅଧ‌ିକ)
ଉ-

କିରୋସିନି ଓ ପେଟ୍ରୋଲର ମିଶ୍ରଣକୁ ଆଂଶିକ ପାତନ ପ୍ରଣାଳୀ ବ୍ୟବହାର କରି ପୃଥକ୍ କରାଯାଇ ପାରିବ । କାରଣ ଉଭୟ ତରଳ ବିଘଟିତ ନହୋଇ ଫୁଟିଥା’ନ୍ତି ଏବଂ ସେମାନଙ୍କର ସ୍ଫୁଟନାଙ୍କ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ଥାଏ ।
କିରୋସିନିର ସ୍ଫୁଟନାଙ୍କ ପରିସର 170°C ରୁ 250°C ଏବଂ ପେଟ୍ରୋଲର ସ୍ଫୁଟନାଙ୍କ ପରିସର 30°C ରୁ 170°C |
ଆଂଶିକ ପାତନ ଯନ୍ତ୍ରରେ କିରୋସିନି ଓ ପେଟ୍ରୋଲର ମିଶ୍ରଣକୁ ଉତ୍ତପ୍ତ କରାଗଲେ, ଏହା ବାଷ୍ପରେ ପରିଣତ ହୋଇଥାଏ । ଏକ ନିର୍ଦ୍ଦିଷ୍ଟ ସ୍ଫୁଟନାଙ୍କ ବିଶିଷ୍ଟ ଉତ୍ତପ୍ତ ବାଷ୍ପ ପାତନ ଯନ୍ତ୍ରରେ ଘନୀଭୂତ ହୋଇ ତରଳରେ ପରିଣତ ହୋଇଥାଏ ।
ତା’ପରେ ପେଟ୍ରୋଲ 70°C ରୁ 170°C ସ୍ଫୁଟନାଙ୍କ ପରିସରରେ ଘନୀଭୂତ ହୋଇ ତରଳ ଅବସ୍ଥା ପ୍ରାପ୍ତ ହୋଇଥାଏ ଏବଂ ପାତନ ଯନ୍ତ୍ରର ଅନ୍ୟ ଏକ କୋଠରିରେ ଜମା ହୁଏ ।
10. ନିମ୍ନ ପ୍ରଦତ୍ତ ପ୍ରଶ୍ନରେ ପୃଥକ୍ କରିବା କୌଶଳ
ମାନଙ୍କର ନାମ ଲେଖ । ପୃଥକ୍ କରିବା କୌଶଳର ନାମ
ଉ-
ଦହିରୁ ଲହୁଣୀ → କେନ୍ଦ୍ରାପସାରଣ
ସମୁଦ୍ରଜଳରୁ ଲୁଣ → ବାଷ୍ପୀଭବନ ଓ ସ୍ଫଟିକୀକରଣ
ଲୁଣରୁ କର୍ପୂର → ଊର୍ଷପାତନ
BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

11. ସ୍ଫଟିକୀକରଣର କୌଶଳଦ୍ଵାରା କେଉଁ ପ୍ରକାର ମିଶ୍ରଣମାନଙ୍କୁ ପୃଥକ୍ କରାଯାଇଥାଏ ?
ଉ-

ସମୁଦ୍ର ଜଳ ଏକ ସମଜାତୀୟ ମିଶ୍ରଣ । ଏହି ଜଳରୁ ମିଳୁଥିବା ଲୁଣରେ ଅନେକ ଅପଦ୍ରବ ରହିଥାଏ । ଏହି ଅପଦ୍ରବମାନଙ୍କୁ ଅପସାରଣ କରିବା ପାଇଁ ସ୍ଫଟିକୀକରଣ ପ୍ରଣାଳୀ ବ୍ୟବହାର କରାଯାଏ ।
ସ୍ଫଟିକୀକରଣ ପଦ୍ଧତିରେ ଦ୍ରବଣରୁ ଶୁଦ୍ଧ କଠିନକୁ ସ୍ଫଟିକ ଆକାରରେ ଅଲଗା କରାଯାଇଥାଏ । ଅଶୁଦ୍ଧ ନମୁନାରୁ ବିଶୁଦ୍ଧ କପର ସଲ୍‌ଫେଟ୍ (ଫିଟିକିରି) ପାଇବାପାଇଁ ମଧ୍ୟ ସ୍ଫଟିକୀକରଣ ପ୍ରଣାଳୀ ବ୍ୟବହାର କରାଯାଏ ।
12. ନିମ୍ନଲିଖତ ପରିବର୍ତ୍ତନଗୁଡ଼ିକୁ ରାସାୟନିକ ବା ଭୌତିକ ଆକାରରେ ଶ୍ରେଣୀବିଭାଗ କର ।

ଗଛ କାଟିବା ।
ଆଲମାରୀରେ କଳଙ୍କି ଲାଗିବା (rusting) ।
ଜଳ ମଧ୍ୟରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କରାଇବାଦ୍ଵାରା ଜଳ ହାଇଡ୍ରୋଜେନ୍ ଓ ଅକ୍‌ସିଜେନ୍ ଗ୍ୟାସ୍‌ରେ ପରିଣତ ହେବା ।
ଜଳରେ ସାଧାରଣ ଲୁଣ ଦ୍ରବୀଭୂତ ହେବା ।
କାଗଜ ଓ କାଠକୁ ଜାଳିବା ।
ତାୱାରେ ଲହୁଣୀକୁ ତରଳାଇବା |
ଜଳର ସ୍ଫୁଟନ ଓ ବାଷ୍ପର ସୃଷ୍ଟି ।
କଞ୍ଚାଫଳରୁ ଏକ ଫଳସାଲାଡ଼ ତିଆରି କରିବା
ଉ-
ଭୌତିକ ପରିବର୍ତ୍ତନ

ଗଛ କାଟିବା ।
ତାୱାରେ ଲହୁଣୀକୁ ତରଳାଇବା |
ଜଳର ସ୍ଫୁଟନ ଓ ବାଷ୍ପର ସୃଷ୍ଟି ।
ଜଳରେ ସାଧାରଣ ଲୁଣ ଦ୍ରବୀଭୂତ ହେବା |
ରାସାୟନିକ ପରିବର୍ତ୍ତନ

ଆଲମାରୀରେ କଳଙ୍କି ଲାଗିବା (rusting) ।
ଜଳ ମଧ୍ୟରେ ବିଦ୍ୟୁତ୍ ପ୍ରବାହିତ କରାଇବା ଦ୍ଵାରା
ଜଳ ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ଗ୍ୟାସ୍‌ରେ
ପରିଣତ ହେବା
କଞ୍ଚାଫଳରୁ ଏକ ଫଳ ସାଲାଡ୍ ତିଆରି କରିବା । କାଗଜ ଓ କାଠକୁ ଜାଳିବା

13. ତୁମ ଚାରିପଟେ ଥିବା ପଦାର୍ଥମାନଙ୍କୁ ବିଶୁଦ୍ଧ ପଦାର୍ଥ କିମ୍ବା ମିଶ୍ରଣ ଭାବରେ ଅଲଗା ଅଲଗା କର
ଉ-
BSE Odisha 9th Class Physical Science Solutions Chapter 2 img-9

କାର୍ଯ୍ୟାବଳୀ (Activity)

ତୁମପାଇଁ କାମ 2.1 :

ଗୋଟିଏ ଶ୍ରେଣୀର ପିଲାମାନଙ୍କୁ A, B, C, D ନାମକ ଚାରୋଟି ଗ୍ରୁପ୍‌ରେ ବିଭକ୍ତ କରାଯାଉ । A ଗ୍ରୁପ୍‌ର ପିଲାମାନଙ୍କୁ ଏକ ବିକରରେ 50 ମି.ଲି. ଜଳ ଓ ଏକ ଚାମଚ କପର ସଲ୍‌ଫେଟ୍ ଗୁଣ୍ଡ ଦିଆଯାଉ । B ଗ୍ରୁପ୍‌ର ପିଲାମାନଙ୍କୁ ଏକ ବିକରରେ 50 ମି.ଲି. ଜଳ ଓ ଦୁଇ ଚାମଚ କପର ସଲ୍‌ଫେଟ୍ ଗୁଣ୍ଡ ଦିଆଯାଉ ।
ଗ୍ରୁପ୍ C ଓ D ର ପିଲାମାନଙ୍କୁ ଭିନ୍ନ ପରିମାଣର କପର ସଲ୍‌ଫେଟ୍ ଏବଂ ପୋଟାସିୟମ୍ ପରମାଙ୍ଗାନେଟ୍ କିମ୍ବା ସାଧାରଣ ଲୁଣ (ସୋଡ଼ିୟମ୍‌ କ୍ଲୋରାଇଡ୍) ଦିଆଯାଉ । ସେମାନେ ନେଇଥିବା ଉପାଦାନଗୁଡ଼ିକୁ ମିଶାଇ ଅଲଗା ଅଲଗା ମିଶ୍ରଣ ପ୍ରସ୍ତୁତ କରନ୍ତୁ ।

ପର୍ଯ୍ୟବେକ୍ଷଣ :
ସବୁ ଗ୍ରୁପ୍‌ର ପିଲାମାନେ ମିଶ୍ରଣର ରଙ୍ଗ ଓ ରୂପବିନ୍ୟାସ ସଂପର୍କରେ ତଥ୍ୟ ସଂଗ୍ରହ କର ।
ଉ –

ଗ୍ରୁପ୍ A ଓ Bର ପିଲାମାନେ ପ୍ରସ୍ତୁତ କରିଥିବା ମିଶ୍ରଣର ସଂଯୋଜନ (composition) ସବୁ ଅଂଶରେ ସମାନ । ଏହି ପ୍ରକାର ମିଶ୍ରଣକୁ ସମଜାତୀୟ (Homogeneous) ମିଶ୍ରଣ ବା ଦ୍ରବଣ କୁହାଯାଏ । ଚିନିପାଣି, ଲୁଣପାଣି ଆଦି ସମଜାତୀୟ ମିଶ୍ରଣର ଉଦାହରଣ ଅଟେ ।
କିନ୍ତୁ Bର ପିଲାମାନେ ପ୍ରସ୍ତୁତ କରିଥିବା କପର ସଲଫେଟ୍ ମିଶ୍ରଣର ରଙ୍ଗ ଗ୍ରୁପ୍ A ପିଲାମାନେ ପ୍ରସ୍ତୁତ କରିଥିବା ମିଶ୍ରଣଠାରୁ ଅଧିକ ଗାଢ଼ ଅଟେ ।
ସିଦ୍ଧାନ୍ତ : ଏଥରୁ ଜଣାଯାଏ ଯେ, ଏକ ସମଜାତୀୟ ମିଶ୍ରଣର ସଂଯୋଜନ ପରିବର୍ତ୍ତନଶୀଳ ହୋଇପାରେ ।
ଗ୍ରୁପ୍ C ଓ D ର ପିଲାମାନେ ପ୍ରସ୍ତୁତ କରିଥିବା ମିଶ୍ରଣର ସଂଯୋଜନ ସବୁ ଅଂଶରେ ସମାନ ନୁହେଁ । ଏପ୍ରକାରର ମିଶ୍ରଣକୁ ଅସମଜାତୀୟ (Heterogeneous) ମିଶ୍ରଣ କୁହାଯାଏ ।
ଉଦାହରଣ : ସୋଡ଼ିୟମ୍ କ୍ଲୋରାଇଡ୍ ଓ ଲୁହାଗୁଣ୍ଡର ମିଶ୍ରଣ, ଲୁଣ ଓ ଗନ୍ଧକର ମିଶ୍ରଣ, ତେଲ ଓ ଜଳର ମିଶ୍ର ମିଶ୍ରଣ ଇତ୍ୟାଦି ଅସମଜାତୀୟ ମିଶ୍ରଣର ଉଦାହରଣ ଅଟେ
ସିଦ୍ଧାନ୍ତ : ଏକ ଅସମଜାତୀୟ ମିଶ୍ରଣର ଅଲଗା ଅଲଗା ଅଂଶ ରହିଥାଏ ।
ତୁମପାଇଁ କାମ 2.2 :
ପୁଣି ଥରେ ଶ୍ରେଣୀର ପିଲାମାନଙ୍କୁ ଚାରୋଟି ଗ୍ରୁପ୍ A, B, C ଓ D ନାମରେ ବିଭକ୍ତ କରାଯାଉ । A ଗ୍ରୁପ୍‌ର ପିଲାମାନଙ୍କୁ ଅଳ୍ପ ପରିମାଣର କପର ସଲ୍‌ଫେଟ୍ ସ୍ଫଟିକ, ଗ୍ରୁପ୍ Bର ପିଲାମାନଙ୍କୁ ପୂରା ଚାମଚ କପର ସଲ୍‌ଫେଟ୍, ଗ୍ରୁପ୍ C ର ପିଲାମାନଙ୍କୁ ଚକ୍‌ଗୁଣ୍ଡ ବା ଅଟାଗୁଣ୍ଡ ଏବଂ ଗ୍ରୁପ୍ Dର ପିଲାମାନଙ୍କୁ ଅଳ୍ପ କେତେ ଟୋପା କ୍ଷୀର ବା କାଳି ଦିଆଯାଉ । ପ୍ରତ୍ୟେକ ଗ୍ରୁପ୍ ପାତ୍ରରେ ଜଳ ନେଇ ସେମାନଙ୍କୁ ଦିଆଯାଇଥିବା ପଦାର୍ଥଗୁଡ଼ିକୁ ସେଥୁରେ ମିଶାଇ କାଚ ରଡ୍ ସାହାଯ୍ୟରେ ଗୋଳାନ୍ତୁ ।

ପର୍ଯ୍ୟବେକ୍ଷଣ : ମିଶ୍ରଣର କଣିକାଗୁଡ଼ିକ ଆଖୁକୁ ଦେଖାଯାଉଛି କି ?
ଗ୍ରୁପ୍ A, B ଓ D ପ୍ରସ୍ତୁତ କରିଥିବା ମିଶ୍ରଣର କଣିକା ଆଖୁକୁ ଦେଖାଯାଉ ନାହିଁ; କିନ୍ତୁ ଗ୍ରୁପ୍ C ପ୍ରସ୍ତୁତ କରିଥିବା ମିଶ୍ରଣର କଣିକା ଆଖୁକୁ ଦେଖାଯାଉଛି ।

ଗୋଟିଏ ଟର୍ଚ୍ଚରୁ ନିର୍ଗତ ଆଲୋକ ରଶ୍ମିକୁ ବିକରରେ ଥିବା ମିଶ୍ରଣ ଉପରେ ଗୋଟିଏ ପଟରୁ ପକାଇ ଅନ୍ୟ ପଟରୁ ଲକ୍ଷ୍ୟ କର । ଆଲୋକ ରଶ୍ମିର ଗତିପଥ ଦେଖାଯାଉଛି କି ?
ଗ୍ରୁପ୍ A ଓ B ପ୍ରସ୍ତୁତ କରିଥିବା ମିଶ୍ରଣରେ ଆଲୋକ ରଶ୍ମିର ଗତିପଥ ଦେଖାଯିବ ନାହିଁ । ଗ୍ରୁପ୍ C ଓ D ପ୍ରସ୍ତୁତ କରିଥିବା ମିଶ୍ରଣରେ ଆଲୋକ ରଶ୍ମିର ଗତିପଥ ଦେଖାଯିବ ।

ମିଶ୍ରଣକୁ କିଛି ସମୟ ପାଇଁ ସ୍ଥିର ରଖାଯାଉ । ମିଶ୍ରଣଟି ସ୍ଥିର ରହିଛି ନା ତା’ର କଣିକାଗୁଡ଼ିକୁ ବିକରର ନିମ୍ନରେ ବସିଯିବା ପାଇଁ କିଛି ସମୟ ଆବଶ୍ୟକ କରୁଛି ?
ଗ୍ରୁପ୍ A, B ଓ D ପ୍ରସ୍ତୁତ କରିଥିବା ମିଶ୍ରଣଗୁଡ଼ିକ ସ୍ଥିର ରହିବ । କିନ୍ତୁ ଗ୍ରୁପ୍ ୯ ପ୍ରସ୍ତୁତ କରିଥିବା ମିଶ୍ରଣର କଣିକାଗୁଡ଼ିକୁ ବିକରର ନିମ୍ନରେ ବସିଯିବା ପାଇଁ କିଛି ସମୟ ନେବେ ।

ମିଶ୍ରଣକୁ ଫିଲ୍ଟର କାଗଜ ବ୍ୟବହାର କରି ଛାଣ । ଫିଲ୍ଟର କାଗଜରେ କିଛି ଅବଶେଷ ରହିଛି କି ?
ଗ୍ରୁପ୍ A, B ଓ D ପ୍ରସ୍ତୁତ କରିଥିବା ମିଶ୍ରଣକୁ ଫିଲ୍ଟର କାଗଜରେ ଛାଣିଲେ କିଛି ଅବଶେଷ ରହିବ ନାହିଁ । କିନ୍ତୁ ଗ୍ରୁପ୍ C ପ୍ରସ୍ତୁତ କରିଥିବା ମିଶ୍ରଣକୁ ଫିଲ୍‌ଟର କାଗଜରେ ଛାଣିଲେ ଅବଶେଷ ରହିଯିବ ।
ସିଦ୍ଧାନ୍ତ : : ଗ୍ରୁପ୍ A ଓ B ପ୍ରସ୍ତୁତ କରିଥିବା ମିଶ୍ରଣ ଦ୍ରବଣ, ଗ୍ରୁପ୍ C ପ୍ରସ୍ତୁତ କରିଥିବା ମିଶ୍ରଣ ସସ୍ପେନ୍ ସନ ଏବଂ ଗ୍ରୁପ୍ D ପ୍ରସ୍ତୁତ କରିଥିବା ମିଶ୍ରଣ କଲଏଡ୍ ଅଟେ ।

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

ତୁମପାଇଁ କାମ 2.3 :

ଦୁଇଟି ବିକରରେ ପାଖାପାଖୁ 50 ମି.ଲି. ଲେଖାଏଁ ଜଳ ନିଆଯାଉ । ଗୋଟିଏ ବିକରରେ ଲୁଣ ଓ ଅନ୍ୟ ବିକରରେ ଚିନି ମିଶାଇ ଲଗାତର ଭାବେ ଗରମ କରାଯାଉ । ଯେତେବେଳେ ଆଉ ଅଧ୍ବକ ଦ୍ରବ ମିଶିପାରିବ ନାହିଁ, ସେତେବେଳେ ବିକରକୁ ଗରମ କରି ସେଥ‌ିରେ ଥ‌ିବା ଦ୍ରବଣର ତାପମାତ୍ରା ପ୍ରାୟ 5°C ବୃଦ୍ଧି କରାଯାଉ । ପୁନଶ୍ଚ ସେଥୁରେ ଦ୍ରବ ମିଶାଇବା ଆରମ୍ଭ କରାଯାଉ ।

ପର୍ଯ୍ୟବେକ୍ଷଣ :
ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଜଳରେ ଦ୍ରବୀଭୂତ ହୋଇପାରୁଥିବା ଲୁଣ ଓ ଚିନିର ପରିମାଣ କ’ଣ ସମାନ ?
ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଜଳରେ ଦ୍ରବୀଭୂତ ହୋଇପାରୁଥିବା ଲୁଣ ଓ ଚିନିର ପରିମାଣ ଅସମାନ ।
ସିଦ୍ଧାନ୍ତ : ଏକ ନିର୍ଦ୍ଦିଷ୍ଟ ତାପମାତ୍ରାର ଏକ ପ୍ରଦତ୍ତ ଦ୍ରାବକରେ ଭିନ୍ନ ଭିନ୍ନ ବସ୍ତର ଦ୍ରବଣୀୟତା ଭିନ୍ନ ଭିନ୍ନ ହୋଇଥାଏ ।

ପୃକ୍ତ ଦ୍ରବଣ :

ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେତେବେଳେ ଦ୍ରବଣରେ ଆଉ ଅଧିକ ଦ୍ରବ ଦ୍ରବୀଭୂତ ହୋଇପାରିବ ନାହିଁ, ତାହାକୁ ପୃକ୍ତ ଦ୍ରବଣ (Saturated solution) କୁହାଯାଏ ।
ଗୋଟିଏ ପୃକ୍ତ ଦ୍ରବଣରେ ଏହି ତାପମାତ୍ରାରେ ଯେଉଁ ପରି ମାଣର ଦ୍ରବ ରହିଥାଏ, ତାହାକୁ ଦ୍ରବଣୀୟତା (Solubility) କୁହାଯାଏ ।
ଅପରିପୃକ୍ତ ଦ୍ରବଣ :

ଯଦି ଗୋଟିଏ ଦ୍ରବଣରେ ଦ୍ରବର୍ ପରିମାଣ ଏହାର ପୃକ୍ତ ସ୍ତରଠାରୁ କମ୍ ଥାଏ ତେବେ ତାହାକୁ ଅପରିପୃକ୍ତ 996 (Unsaturated solution)
ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣ (ବସ୍ତୁତ୍ଵ କିମ୍ବା ଆୟତନ)ର ଦ୍ରବଣ ବା ଦ୍ରାବକରେ ଦ୍ରବୀଭୂତ ହୋଇଥିବା ଦ୍ରବର ପରିମାଣଦ୍ଵାରା ଦ୍ରବଣର ଗାଢ଼ତା ପ୍ରକାଶ କରାଯାଏ ।
ତୁମପାଇଁ କାମ 2.4 :
ଗୋଟିଏ ବିକରର ଅଧା ପର୍ଯ୍ୟନ୍ତ ପାଣିନେଇ ଏକ ୱାଚ୍ ଗ୍ଲାସ୍ ଉପରେ ରଖାଯାଉ । କିଛି ବୁନ୍ଦା କାଳି ଏହି ୱାଚ୍ ଗ୍ଲାସ୍ ଉପରେ ରଖ୍ ବିକରଟିକୁ ଗରମ କରାଯାଉ । ୱାସ୍‌ରୁ ବାଷ୍ପୀଭବନ ହେବାକୁ ଆରମ୍ଭ କରିବ । ଗରମ କରିବା ଚାଲୁରଖୁଲେ ବାଷ୍ପୀଭବନ ଘଟିବ ଏବଂ ଗରମ କରିବା ବନ୍ଦ କରିଦେଲେ ୱାଚ୍ ଗ୍ଲାସ୍‌ରେ ଅଧିକ କିଛି ପରିବର୍ତ୍ତନ ହେବ ନାହିଁ ।

ପର୍ଯ୍ୟବେକ୍ଷଣ :

ୱାଚ୍ ଗ୍ଲାସ୍‌ରୁ କିଏ ବାଷ୍ପୀଭୂତ ହୋଇଛି ବୋଲି ଭାବୁଛ ?
ଉ –
ୱାଚ୍ ଗ୍ଲାସ୍‌ରୁ ଜଳ ବାଷ୍ପୀଭୂତ ହୋଇଛି ।

ୱାଚ୍ ଗ୍ଲାସ୍‌ରେ କିଛି ଅବଶେଷ ରହିଛି କି ?
ଉ –
ୱାଚ୍ ଗ୍ଲାସ୍‌ରେ ରଞ୍ଜକର ଅବଶେଷ ରହିଛି ।

ତୁମର ମତ କ’ଣ ? କାଳି ଗୋଟିଏ ଏକକ ବସ୍ତୁ (ଶୁଦ୍ଧ) ନା ଏକ ମିଶ୍ରଣ ?
ଉ –
କାଳି ଜଳରେ ରଞ୍ଜକର ଏକ ମିଶ୍ରଣ ।

ସିଦ୍ଧାନ୍ତ : ଏଥୁରୁ ଜଣାଗଲା ଯେ, କାଳି ହେଉଛି ତରଳରେ ରଙ୍ଗର ଏକ ମିଶ୍ରଣ । ବାଷ୍ପୀଭବନ ପ୍ରଣାଳୀରେ ଉଦ୍‌ବାୟୀ ଉପାଦାନ (ତରଳ ଦ୍ରାବକ)କୁ ଅଣ ଉଦ୍‌ବାୟୀ ଉପାଦାନ (ଦ୍ରବ) ଠାରୁ ପୃଥକ୍ କରିହେବ ।

BSE Odisha 9th Class Physical Science Solutions Chapter 2 img-10

(b) କ୍ଷୀରରୁ ସରର ପୃଥକୀକରଣ :

ତୁମପାଇଁ କାମ 2.5 :
ସଂପୂର୍ଣ୍ଣ ସରଥବା କ୍ଷୀର ଏକ ପରୀକ୍ଷା ନଳୀରେ ନିଆଯାଉ । ଦୁଇ ମିନିଟ୍ ପାଇଁ ଏକ ସେଣ୍ଟ୍ରିଫ୍ୟୁଜିଂ ଯନ୍ତ୍ର (Centrifusing machine) ବା ମନ୍ଥନ ଦଣ୍ଡ ସାହାଯ୍ୟରେ ଏହାକୁ ଘୂର୍ଣ୍ଣନ କରାଯାଉ ।

ପର୍ଯ୍ୟବେକ୍ଷଣ :

କ୍ଷୀରକୁ ମନ୍ଥନ କରିସାରିବା ପରେ ତୁମେ କ’ଣ ଲକ୍ଷ୍ୟ କଲ ?
ଉ –
କ୍ଷୀରକୁ ମନ୍ଥନ କରିସାରିବା ପରେ କ୍ଷୀରରୁ ସର ପୃଥକ୍ ହୋଇଯାଏ ।

କ୍ଷୀରରୁ ସର କିପରି ଅଲଗା କରାଯାଇ ପାରିବ, ବୁଝାଇ ଦିଅ ।
ଉ-
କେନ୍ଦ୍ରାପସାରଣ ପଦ୍ଧତିରେ ମିଶ୍ରଣର କଣିକାମାନେ ଦ୍ରୁତ ବେଗରେ ଘୂରିଲାବେଳେ ଅଧିକ ସାନ୍ଦ୍ରତା ବିଶିଷ୍ଟ କଣିକାଗୁଡ଼ିକ ତଳେ ବସିଯାଏ ଏବଂ ହାଲୁକା କଣିକାଗୁଡ଼ିକ ଉପରେ ରହିଯାଏ । ତେଣୁ ସେମାନଙ୍କର ପୃଥକୀକରଣ ହୋଇଥାଏ ।

କେନ୍ଦ୍ରାପସାରଣ ପଦ୍ଧତିର ପ୍ରୟୋଗ

ରୋଗନିର୍ଣ୍ଣୟ ବିଜ୍ଞାନାଗାରରେ ରକ୍ତ ଓ ମୂତ୍ର ପରୀକ୍ଷା ପାଇଁ ବ୍ୟବହୃତ ହୁଏ ।
ଦୁଗ୍‌ଧ ଜାତୀୟ ପଦାର୍ଥର ଉତ୍ପାଦନ କେନ୍ଦ୍ର ଓ ଘରେ ସରରୁ ଲହୁଣୀ ପ୍ରସ୍ତୁତ ପାଇଁ ବ୍ୟବହୃତ ହୁଏ ।
ଲୁଗାସ। ମେସିନ୍‌ରେ ଓଦା ଲୁଗାରୁ ଜଳ ଅପସାରଣ କରିବାପାଇଁ ବ୍ୟବହୃତ ହୁଏ ।
ଦୁଇଟି ମିଶୁନଥୁବା ତରଳ ପଦାର୍ଥର ମିଶ୍ରଣର ପୃଥକୀକରଣ :
ତୁମପାଇଁ କାମ 2.6 :
କିରୋସିନି ତେଲ ଓ ଜଳର ମିଶ୍ରଣକୁ ଏକ ପୃଥକକାରୀ ଫନେଲ୍‌ରେ ଢଳାଯାଉ । ଏହାକୁ କିଛି ସମୟ ପାଇଁ ହଲଚଲ ନ କରି ରଖୁଲେ କିରୋସିନି ଓ ଜଳର ପୃଥକ୍ ପୃଥକ୍ ସ୍ତର ସୃଷ୍ଟିହେବ । ପୃଥକ୍‌କାରୀ ଫନେଲ୍‌ର ଷ୍ଟପ୍‌କକ୍ (stopcock) ଖୋଲି ଦିଆଯାଉ ଓ ତଳସ୍ତରରେ ଥ‌ିବା ଜଳକୁ ଯତ୍ନ ସହକାରେ ତଳମୁହଁ ବାଟେ କାଢ଼ିନିଆଯାଉ । ପୃଥକ୍‌କାରୀ ଫନେଲ୍‌ର ଉପର ସ୍ତରରେ ଥିବା ତେଲ ଯେତେବେଳେ ଷ୍ଟପ୍‌କକ୍ ନିକଟକୁ ଖସିଆସିବ ସେତେବେଳେ ଷ୍ଟପ୍‌କକ୍‌କୁ ମୋଡ଼ି ପୁନର୍ବାର ବନ୍ଦ କରିଦିଆଯାଉ ।
BSE Odisha 9th Class Physical Science Solutions Chapter 2 img-11

ପର୍ଯ୍ୟବେକ୍ଷଣ : ଏଥୁରୁ ଜଣାଗଲା ଯେ, କିରୋସିନି ତେଲର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ହୋଇଥିବାରୁ ତାହା ଜଳର ଉପର ସ୍ତରରେ ରହିଲା । ଫଳରେ ପୃଥକକାରୀ ଫନେଦ୍ଵାରା ଜଳ ସହଜରେ ଅଲଗା ହୋଇପାରିଲା ।

ସିଦ୍ଧାନ୍ତ : ଦୁଇଟି ମିଶି ପାରୁନଥ‌ିବା ତରଳକୁ ସେମାନଙ୍କର ସାନ୍ଦ୍ରତା ପାର୍ଥକ୍ୟ ଯୋଗୁଁ ଦୁଇଟି ସ୍ତରରେ ପୃଥକ୍ କରିହୁଏ ।

ପୃଥକକାରୀ ଫନେଲ୍ ପଦ୍ଧତିର ପ୍ରୟୋଗ :

ଏହା ତେଲ ଓ ଜଳର ମିଶ୍ରଣକୁ ଅଲଗା କରେ ।
ଲୁହାକୁ ତାହାର ଧାତୁପିଣ୍ଡରୁ ଅଲଗା କଲାବେଳେ ହାଲୁକା ଧାତୁମଳ (slag)କୁ ଉପରସ୍ତରରୁ ଅଲଗା କରି ଦିଆଯାଏ ଏବଂ ତରଳ ଲୁହା ଫର୍ସେସ୍ ତଳେ ରହିଯାଏ ।
(d) ଲୁଣ ଓ ଏମୋନିୟମ୍ କ୍ଲୋରାଇଡ୍ ମିଶ୍ରଣର ପୃଥକୀକରଣ :

ଏମୋନିୟମ୍ କ୍ଲୋରାଇଡ୍ ଊର୍ଦ୍ଧ୍ବପାତୀ (Sublimate) ଉଦ୍‌ୟୀ ପଦାର୍ଥ ଏବଂ ଲୁଣ ଅଣଊର୍ଷପାତୀ (non-sublimate) ପଦାର୍ଥ ଅଟେ ।
ଏ ପ୍ରକାର ମିଶ୍ରଣର ପୃଥକୀକରଣ ପାଇଁ ଊର୍ଦ୍ଧ୍ୱ ପାତନ ପ୍ରଣାଳୀ ଅବଲମ୍ବନ କରାଯାଏ ।
କେତେକ କଠିନ ଊର୍ଦ୍ଧ୍ୱ ପାତୀର ଊର୍ଦ୍ଧ୍ଵ ପାତୀର ଉଦାହରଣ ହେଲା – ଏମୋନିୟମ୍ କ୍ଲୋରାଇଡ୍, କର୍ପୂର, ନାଫ୍‌ଲିନ୍ ଏବଂ ଆନ୍ତଃସିନ୍ ।
(e) କଳା କାଳିର ରଞ୍ଜକ ଏକ ରଙ୍ଗ ବିଶିଷ୍ଟ କି ?

ତୁମପାଇଁ କାମ 2.7 :
ଫିଲ୍ ଟର କାଗଜର ଏକ ସରୁ ପଟ୍ଟ (Strip)ର ତଳଧାରରୁ ପ୍ରାୟ 3 ସେ.ମି. ଉପରେ ପେନ୍‌ସିଲ୍ ବ୍ୟବହାର କରି ଏକ ଗାର ଟଣାଯାଉ । ଗୋଟିଏ କାଳିକଲମରୁ ଏକ ଛୋଟ ବୁନ୍ଦା କାଳି ଏହି ଗାରର ମଧ୍ୟଭାଗରେ ପକାଇ ଏହାକୁ ଶୁଖୁବାକୁ ଦିଆଯାଉ । ଜଳଥିବା ଏକ ବିକର୍ ଭିତରେ ଫିଲ୍‌ଟର୍ ପେପରକୁ ପୂରାଯାଉ; ଯେପରି କାଳିବୁନ୍ଦାଟି ଜଳସ୍ତରର ଠିକ୍ ଉପରକୁ ରହିବ । ଏହାକୁ ହଲଚଲ ନ କରି ରଖାଯାଉ ।
BSE Odisha 9th Class Physical Science Solutions Chapter 2 img-12
BSE Odisha 9th Class Physical Science Solutions Chapter 2 img-13

ପର୍ଯ୍ୟବେକ୍ଷଣ :
କାଗଜ ଉପରେ ତୁମେ କ’ଣ ଲକ୍ଷ୍ୟ କାଗଜ ଉପରେ ତୁମେ କ’ଣ ଲକ୍ଷ୍ୟ କରୁଛ ?
ଉ –
ଜଳ ଉପର କୁ ଉଠି ଲାବେଳେ ଫିଲ୍‌ ଟର କାଗଜ ଉପରେ ବିଭିନ୍ନ ରଙ୍ଗ ଦେଖାଯିବ ।

ତୁମେ କ’ଣ ଫିଲ୍ଟର କାଗଜ ପଲ୍ଲୀରେ ବିଭିନ୍ନ ପ୍ରକାର ରଙ୍ଗ ପାଉଛି କି ?
ଉ –
ହଁ, ଫିଲ୍ଟର କାଗଜ ପଲ୍ଲୀରେ ବିଭିନ୍ନ ପ୍ରକାର ରଙ୍ଗ ମିଳିବ ।

ତୁମ ମତରେ ଫିଲ୍ଟର କାଗଜ ପଲ୍ଲୀରେ ରଙ୍ଗୀନ ଦାଗ ଉପରକୁ ଉଠିବାର କାରଣ କ’ଣ ହୋଇପାରେ

ସିଦ୍ଧାନ୍ତ :
କାଳି ବିଭିନ୍ନ ରଙ୍ଗରେ ତିଆରି ହୋଇଥିବାରୁ ଫିଲ୍ଟର କାଗଜ ପଟ୍ଟରେ ରଙ୍ଗୀନ ଦାଗ ଉପରକୁ ଉଠେ । ଏଥିରୁ ଜଣାଗଲା ଯେ, କାଳିରେ ଜଳ ଦ୍ରାବକ ଓ ରଞ୍ଜକ ହେଉଛି ଦ୍ରବ । ଜଳ ଫିଲ୍‌ଟର୍‌ କାଗଜରେ ଉପରକୁ ଉଠିଲାବେଳେ ସେହି ଜଳ ନିଜ ସାଙ୍ଗରେ ରଞ୍ଜକର କଣିକାଗୁଡ଼ିକୁ ନେଇ ଉପରକୁ ଉଠେ । ଗୋଟିଏ ରଞ୍ଜକ ସାଧାରଣତଃ ଦୁଇ ବା ତତୋଧ୍ଵକ ରଙ୍ଗର ମିଶ୍ରଣ ଅଟେ । ରଙ୍ଗର ଯେଉଁ ଉପାଦାନ ଜଳରେ ବେଶୀ ଦ୍ରବଣୀୟ ତାହା ଶୀଘ୍ର ଉପରକୁ ଉଠିଥାଏ ଏବଂ ଏହି ପ୍ରଣାଳୀରେ ରଞ୍ଜକର ରଙ୍ଗଗୁଡ଼ିକ ପୃଥକ୍ କରାଯାଏ ।

କ୍ରୋମାଟୋଗ୍ରାଫି (Chromatography) :
ଯେଉଁ ପ୍ରଣାଳୀକୁ ବ୍ୟବହାର କରି ଗୋଟିଏ ଦ୍ରାବକରେ ଦ୍ରବୀଭୂତ ହୋଇଥବା ଏକାଧ୍ୟକ ଦ୍ରବମାନଙ୍କୁ ପୃଥକ କରାଯାଏ ତାହାକୁ କ୍ରୋମୋଟାଗ୍ରାଫି କୁହାଯାଏ ।

କ୍ରୋମାଟୋଗ୍ରାଫିର ପ୍ରୟୋଗ :

ଏହା ରଞ୍ଜକରେ ଥ‌ିବା ରଙ୍ଗମାନଙ୍କୁ ଅଲଗା କରେ ।
ଏହା ପ୍ରାକୃତିକ ରଙ୍ଗରୁ ବର୍ଣ୍ଣକଣା (pigments) ମାନଙ୍କୁ ଅଲଗା କରେ ।
ଏହା ନିଶାଦ୍ରବ୍ୟରୁ ରକ୍ତକୁ ଅଲଗା କରେ ।
ଦୁଇଟି ମଣିଷ।ଇଥିବା ତରଳ ପଦାର୍ଥର ମିଶ୍ରଣର ପୃଥକୀକରଣ

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

ତୁମପାଇଁ କାମ 2.8 :
ଏକ ପାତନ ଫ୍ଲାସ୍କରେ ଏସିଟୋନ୍ ଓ ଜଳର ମିଶ୍ରଣକୁ ନିଆଯାଉ । ଏଥରେ ଏକ ଥର୍ମୋମିଟର ସଂଯୋଗ କରାଯାଉ । ଥର୍ମୋମିଟର ଉପରେ ଲକ୍ଷ୍ୟ ରଖ୍ ଏହି ମିଶ୍ରଣକୁ ଧୀରେ ଧୀରେ ଗରମ କଲେ ଏସିଟୋନ୍ ବାଷ୍ପୀଭୂତ ହୋଇ କଣ୍ଟେନସର୍‌କୁ ଚାଲିଯିବ ଓ ସେଥୁରେ ଘନୀଭୂତ ହେବ । ଏହାକୁ କଣ୍ଟେନ୍‌ସର୍‌ର ବହିଃଗମନ ପଥଦେଇ ସଂଗ୍ରହ କରିହେବ । ପାତନ ଫ୍ଲାସ୍କ ମଧ୍ୟରେ ଜଳ ରହିଯିବ ।

ପର୍ଯ୍ୟବେକ୍ଷଣ :
ମିଶ୍ରଣ ଗରମ ହେବାକୁ ଆରମ୍ଭ ହେଲାବେଳେ, ତୁମେ କ’ଣ ଦେଖିଲ ?
ଉ –
ଏସିଟୋନ୍ ବାଷ୍ପୀଭୂତ ହୋଇ କଣ୍ଟେନ୍ ସର ଆଡ଼କୁ ଗତି କଲା ।

କେଉଁ ତାପମାତ୍ରାରେ ଥର୍ମୋମିଟରର ପଠନାଙ୍କ (reading) କିଛି ସମୟ ପାଇଁ ସ୍ଥିର ରହିଲା ?
ଉ –
78.3°C

ଏସିଟୋନ୍ ର ସ୍ଫୁଟନାଙ୍କ କେତେ ?
ଉ –
78.3°C

କାହିଁକି ଦୁଇଟି ଉପାଦାନ ଅଲଗା ହେଲା ?
ଉ-
କାରଣ ଉପାଦାନ ଦୁଇଟିର ସ୍ଫୁଟନାଙ୍କ ଭିନ୍ନ ।

ସିଦ୍ଧାନ୍ତ : ଏହି ପ୍ରଣାଳୀକୁ ପାତନ କୁହାଯାଏ । ଦୁଇଟି ମିଶି ଯାଇଥବା ତରଳମାନଙ୍କର ସ୍ଫୁଟନାଙ୍କ ତାପମାତ୍ରାରେ ଯଥେଷ୍ଟ ପାର୍ଥ କ୍ୟ ଥାଏ ଓ ଉତ୍ତପ୍ତ ହୋଇ ଫୁଟିଲାବେଳେ ଅପଘଟିତ ହୁଅନ୍ତି ନାହିଁ, ସେହି ତରଳ ମିଶ୍ରଣର ଉପାଦାନଗୁଡ଼ିକୁ ପୃଥକ୍ କରିବା ପାଇଁ ଏହି ପ୍ରଣାଳୀ ବ୍ୟବହୃତ ହୁଏ ।
BSE Odisha 9th Class Physical Science Solutions Chapter 2 img-14
BSE Odisha 9th Class Physical Science Solutions Chapter 2 img-15

ଆଂଶିକ ପାତନ ପ୍ରଣାଳୀ :

ଯେଉଁ ଉପାଦାନଗୁଡ଼ିକର ସ୍ଫୁଟନାଙ୍କ ମଧ୍ୟରେ ପାର୍ଥକ୍ୟ 25Kରୁ କମ୍ ଅଟେ, ସେହି ପ୍ରକାରର ଦୁଇ ବା ଅଧିକ (ମିଶିଯାଇଥିବା) ତରଳମାନଙ୍କ ମିଶ୍ରଣକୁ ଆଂଶିକ ପାତନ ପ୍ରଣାଳୀରେ ପୃଥକ୍ କରାଯାଏ ।
ଉଦାହରଣ ସ୍ଵରୂପ, ବାୟୁରୁ ବିଭିନ୍ନ ପ୍ରକାର ଗ୍ୟାସୀୟ ଉପାଦାନକୁ ଅଲଗା କରାଯାଏ । ପେଟ୍ରୋଲିୟମ୍ ଜାତ ଦ୍ରବ୍ୟରେ ଥିବା ଛୋଟ ଛୋଟ ଅଂଶବିଶେଷକୁ ଆଂଶିକ ପାତନ ପ୍ରଣାଳୀରେ ଅଲଗା କରାଯାଏ ।
ବାୟୁରୁ ବିଭିନ୍ନ ଗ୍ୟାସ୍‌ଗୁଡ଼ିକର ପୃଥକୀକରଣ :
BSE Odisha 9th Class Physical Science Solutions Chapter 2 img-16

ବାୟୁ ହେ ଉଛି ଏକ ସମଜାତୀୟ ମିଶ୍ରଣ ।
ଆଂଶିକ ପାତନ ପ୍ରଣାଳୀରେ ବାୟୁ ମଧ୍ୟରେ ଥ‌ିବା ଉପାଦାନଗୁଡ଼ିକୁ ଅଲଗା କରାଯାଏ ।
ବାୟୁରୁ ଏକ ନିର୍ଦ୍ଦିଷ୍ଟ ଗ୍ୟାସ୍‌ ପାଇବାକୁ ହେଲେ ବାୟୁରେ ରହିଥ‌ିବା ଅନ୍ୟ ସମସ୍ତ ଗ୍ୟାସ୍‌କୁ ଅଲଗା କରିବାକୁ ହେବ ।
ବାୟୁର ଚାପ ବୃଦ୍ଧିକରି ତାହାକୁ ସଙ୍କୁଚିତ କରିବା ପରେ ତାହାର ତାପମାତ୍ରାକୁ ହ୍ରାସ କଲେ ତରଳ ବାୟୁ ମିଳିବ ।
ଆଂଶିକ ପାତନ ସ୍ତମ୍ଭରେ ତରଳ ବାୟୁକୁ ଧୀରେ ଧୀରେ ଗରମ କଲେ ବାୟୁରେ ଥ‌ିବା ଗ୍ୟାସ୍‌ମାନେ ସେମାନଙ୍କ ସ୍ଫୁଟନାଙ୍କ ଅନୁ ସାରେ ଭିନ୍ନ ଭିନ୍ନ ଉଚ୍ଚତାରେ ଅଲଗା ହୋଇଯିବେ ।
BSE Odisha 9th Class Physical Science Solutions Chapter 2 img-17 BSE Odisha 9th Class Physical Science Solutions Chapter 2 img-18

ତୁମପାଇଁ କାମ 2.9 :
ଏକ ଚିନାପାତ୍ରରେ ପ୍ରାୟ 5g ଅଶୁଦ୍ଧ କପର ସଲ୍‌ଫେଟ୍‌ର ନମୁନା ନିଆଯାଉ । ଏହାକୁ ସର୍ବନିମ୍ନ ପରିମାଣର ପାଣିରେ ଦ୍ରବୀଭୂତ କରି ଏଥୁରୁ ଅପଦ୍ରବ ପଦାର୍ଥକୁ ଛାଣି ବାହାରକରି ଦିଆଯାଉ । ପୃକ୍ତ ଦ୍ରବଣ ପାଇବାପାଇଁ
ଦିଆଯାଉ ଓ ଦିନକ ପାଇଁ ହଲଚଲ୍ ନକରି ଘର ତାପମାତ୍ରା (room temperature)ରେ ଧୀରେ ଧୀରେ ଥଣ୍ଡା ହେବାକୁ ଛାଡ଼ି ଦିଆଯାଉ । ଚିନା ପାତ୍ରରେ କପର ସଲ୍‌ଫେଟ୍‌ର ସ୍ଫଟିକ ମିଳିବ । ଏହି ପ୍ରଣାଳୀକୁ ସ୍ଫଟିକୀକରଣ (crystallisation) କୁହାଯାଏ ।

ପର୍ଯ୍ୟବେକ୍ଷଣ :
ଚିନାପାତ୍ରରେ ତୁମେ କ’ଣ ନିରୀକ୍ଷଣ କଲ ?
ଉ-
ଚିନାପାତ୍ରରେ କିଛି ନୀଳବର୍ଷର ସ୍ଫଟିକ ଦେଖୁଲୁ ।

ସ୍ଫଟିକଗୁଡ଼ିକ କ’ଣ ଏକାଭଳି ଦେଖାଯାଉଛି ?
ଉ-
ହଁ, ସ୍ଫଟିକଗୁଡ଼ିକ ଏକାଭଳି ଦେଖାଯାଉଛି ।

ଚିନାପାତ୍ରରେ ଥିବା ତରଳ ମଧ୍ୟରୁ ତୁମେ କିପରି ସ୍ଫଟିକଗୁଡ଼ିକୁ ପୃଥକ କରିପାରିବ ?
ଉ –
ଚିନାପାତ୍ରରେ ଥିବା ତରଳକୁ ଏକ ଚାଲୁଣୀରେ ଜାଣିଲେ ସ୍ଫଟିକଖୁଡିକ ଚାଲୁଣୀରେ ରହିଯିବ ଓ ତରଳ ଛାଣି ହୋଇଯିବ ।

ସିଦ୍ଧାନ୍ତ : ସମୁଦ୍ର ଜଳରୁ ମିଳୁଥିବା ଲୁଣରେ ଅନେକ ଅପଦ୍ରବ ରହିଥାଏ । ଏହି ଅପଦ୍ରବମାନଙ୍କୁ ଅପସାରଣ କରିବା ପାଇଁ ସ୍ଫଟିକୀକରଣ ପ୍ରଣାଳୀ ବ୍ୟବହାର କରାଯାଏ । ଏହି ପ୍ରକ୍ରିୟାରେ ଦ୍ରବଣରୁ ଶୁଷ୍କ କଠିନକୁ ସ୍ଫଟିକ ରୂପେ ପୃଥକ କରାଯାଏ

ସ୍ଫଟିକୀକରଣ : ଯେଉଁ ପ୍ରକ୍ରିୟାରେ ଦ୍ରବଣରୁ ଶୁଦ୍ଧ କଠିନକୁ ପୃଥକ କରାଯାଏ, ତାହାକୁ ସ୍ଫଟିକୀକରଣ କୁହାଯାଏ ।

ସ୍ଫଟିକୀକରଣ ପଦ୍ଧତିରେ ଦ୍ରବଣରୁ ଶୁଦ୍ଧ କଠିନକୁ ସ୍ଫଟିକ ଆକାରରେ ଅଲଗା କରାଯାଇଥାଏ ।
ସ୍ଫଟିକୀକରଣ କୌଶଳ ଅଧିକ ଭଲ କାରଣ –
ଶୁଷ୍କ ହେବା ପର୍ଯ୍ୟନ୍ତ ଗରମ କଲେ କେତେକ କଠିନ ବିଘଟିତ ହୋଇଯାଆନ୍ତି ଅଥବା ଆଉ କେତେକ କଠିନ ତିନିପରି ସମ୍ପୁର୍ଣ୍ଣଭାବରେ ପୋଡ଼ିଯାଇ କଳା ହୋଇଯାଆନ୍ତି
ପରିସ୍ରବଣ ପରେ ବି କେତେକ ଅପଦ୍ରବ ଦ୍ରବଣରେ ଦ୍ରବୀଭୂତ ହୋଇ ରହିଯାଇପାରେ । ବାଷ୍ପୀଭବନ ସମୟରେ ସେଗୁଡ଼ିକ କଠିନକୁ ଦୂଷିତ କରିଥାଏ।
ସ୍ଫଟିକୀକରଣ ପ୍ରୟୋଗ :
(a) ସମୁଦ୍ର ଜଳରୁ ବିଶୁଦ୍ଧ ଲୁଣ ମିଳିଥାଏ । (b) ଅଶୁଦ୍ଧ ନମୁନାରୁ ଫିଟିକିରିର ସ୍ଫଟିକ ମିଳିଥାଏ ।
(iv) ସହରମାନଙ୍କରେ ଜଳଯୋଗାଣ ସଂସ୍ଥା ପିଇବାପାଣି ଯୋଗାଇଥା’ନ୍ତି । ଜଳଯୋଗାଣ ସଂସ୍ଥାରୁ ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରାଯାଏ ।
BSE Odisha 9th Class Physical Science Solutions Chapter 2 img-19

ତୁମପାଇଁ କାମ 2.10 :

ଶ୍ରେଣୀର ପିଲାମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରି ପ୍ରତ୍ୟେକ ଦଳକୁ 5gର ଲୁହାଗୁଣ୍ଡ ଓ 3gର ସଲଫର୍ ଗୁଣ୍ଡ ଗୋଟିଏ ଲେଖାଏଁ ଚିନି ପାତ୍ରରେ ଦିଆଯାଉ ।
ଦଳ – I : ଲୁହାଗୁଣ୍ଡ ଓ ସଲଫର୍ ଗୁଣ୍ଡକୁ ମିଶାଇ ପେଷଣ କରନ୍ତୁ ।
ଦଳ – II : ଲୁହାଗୁଣ୍ଡ ଓ ସଲଫର୍ ଗୁଣ୍ଡର ମିଶ୍ରଣକୁ ଲାଲ୍ ହେବା ପର୍ଯ୍ୟନ୍ତ ଭଲକରି ଗରମ କରନ୍ତୁ ଓ ନିଆଁରୁ କାଢ଼ି ମିଶ୍ରଣକୁ ଥଣ୍ଡା ହେବାକୁ ଦିଅନ୍ତୁ ।
ଦଳ – I ଓ ଦଳ – II : ଚୁମ୍ବକ ସାହାଯ୍ୟରେ ପଦାର୍ଥର ଚୁମ୍ବକତ୍ଵ ଅଛି କି ନାହିଁ ପରୀକ୍ଷା କରନ୍ତୁ ।

ବିଭିନ୍ନ ଦଳ ପାଇଥିବା ପଦାର୍ଥର ରଙ୍ଗ ଓ ମସୃଣତା ତୁଳନା କରାଯାଉ । ପାଇଥିବା ପଦାର୍ଥର ଏକ ଅଂଶରେ କାର୍ବନ ଡାଇସଲଫାଇଡ଼୍ ମିଶାଯାଉ । ଏହାକୁ ଭଲଭାବେ ଗୋଳାଇ ଛଣାଯାଉ । ପଦାର୍ଥର ଅନ୍ୟ ଅଂଶରେ ଲଘୁ ଗନ୍ଧକାମ୍ଳ କିମ୍ବା ଲଘୁ ଲବଣାମ୍ଳ ମିଶାଯାଉ । ଲୁହା ଓ ସଲଫର୍ ମୌଳିକକୁ ଅଲଗା ଅଲଗା ନେଇ ଉପରେ ବର୍ଣ୍ଣିତ କାର୍ଯ୍ୟର ସମସ୍ତ ସୋପାନଗୁଡିକ ଆଉଥରେ କାର୍ଯ୍ୟକାରୀ କରାଯାଉ ।

ପର୍ଯ୍ୟବେକ୍ଷଣ :
ଦୁଇଦଳ ପାଇଥ‌ିବା ପଦାର୍ଥ ଦେଖିବାକୁ ଏକା ପ୍ରକାର କି ?
ଉ-
ଦୁଇଦଳ ପାଇଥ‌ିବା ପଦାର୍ଥ ଦେଖିବାକୁ ଏକା ପ୍ରକାର ନୁହେଁ |
ଦଳ – I ର ପଦାର୍ଥରେ ଧୂସର ରଙ୍ଗର ଲୁହାକଣିକା ଓ ହଳଦିଆ ରଙ୍ଗର ସଲଫର୍ କଣିକା ଦେଖାଯାଏ ।
ଦଳ – II ର ପଦାର୍ଥରେ କଳାରଙ୍ଗର ଆଇରନ୍ ସଲଫାଇଡ୍ (FeS2) ଯୌଗିକ ଦେଖାଯାଏ ।

କେଉଁ ଦଳ ପାଇଥିବା ପଦାର୍ଥଟି ଚୁମ୍ବକତ୍ଵ ଧର୍ମ ପ୍ରଦର୍ଶନ କରୁଛି ?
ଉ-
ଦଳ – I ପାଇଥ‌ିବା ପଦାର୍ଥଟି ଚୁମ୍ବକତ୍ଵ ଧର୍ମ ପ୍ରଦର୍ଶନ କରୁଛି ।

ପାଇଥବା ପଦାର୍ଥର ଉପାଦାନମାନଙ୍କୁ ଆମେ ପୃଥକ୍ କରିପାରିବା କି ?
ଉ-
ଦଳ – I ପାଇଥିବା ପଦାର୍ଥର ଉପାଦାନମାନଙ୍କୁ ଚୁମ୍ବକ ସାହାଯ୍ୟରେ ପୃଥକ୍ କରିପାରିବା; କିନ୍ତୁ ଦଳ – II ପାଇଥ‌ିବା ପଦାର୍ଥର ଉପାଦାନଗୁଡିକୁ ପୃଥକ୍ କରିପାରିବା ନାହିଁ ।

ଲଘୁ ଗନ୍ଧକାମ୍ଳ ବା ଲଘୁ ଲବଣାମ୍ଳ ମିଶାଇଲା ପରେ ଉଭୟ ଦଳ ଏକ ଗ୍ୟାସ୍ ପାଇଥିଲେ କି ? ଉଭୟ ପୃଥକ୍ ଥିଲା । କ୍ଷେତ୍ରରେ ମିଳିଥିବା ଗ୍ୟାସ୍‌ର ବାସ୍ନା ସମାନ ନା ପୃଥକ୍ ଥିଲ |
ଉ-
ହଁ । ଉଭୟ ଦଳ ଏକ ଗ୍ୟାସ୍‌ ପାଇଥିଲେ । କିନ୍ତୁ ଉଭୟ କ୍ଷେତ୍ରରେ ବାସ୍ନା ସମାନ ନ ଥ‌ିବାରୁ ଦଳ ପାଇଥିବା ଗ୍ୟାସ୍ ଗନ୍ଧହୀନ ଥିଲା । କିନ୍ତୁ ଦଳ – II ପାଇଥ‌ିବା ଗ୍ୟାସ୍ ପଚାଅଣ୍ଡା ଗନ୍ଧଯୁକ୍ତ ଥିଲା ।

ସିଦ୍ଧାନ୍ତ :
(i) ଦ ଳ – I ପାଇଥିବା ଗ୍ୟାସ୍ ହାଇଡ୍ରୋଜେନ୍ ଅଟେ ଏବଂ ଏହା ରଙ୍ଗହୀନ, ଗନ୍ଧହୀନ ଓ ଦାହ୍ୟ । ଦ ଳ – II ପାଇଥିବା ଗ୍ୟାସ୍ ହାଇଡ୍ରୋଜେନ୍ ସଲଫାଇଡ୍ ଅଟେ ଏବଂ ଏହା ରଙ୍ଗହୀନ ଓ ପଚାଅଣ୍ଡା ଗନ୍ଧଯୁକ୍ତ ଗ୍ୟାସ୍ ।

(ii) ଦଳ – I ପାଇଥିବା ପଦାର୍ଥ ଦୁଇଟି ମୌଳିକ ଯଥା : ଲୁହା ଓ ସଲଫର୍‌ର ମିଶ୍ରଣ ଥିଲା । ଏହି ମିଶ୍ରଣର ଧର୍ମ ଏହାର ଉପାଦାନଗୁଡିକର ଧର୍ମ ସହିତ ସମାନ । ତେଣୁ ଏହା ଏକ ଭୌତିକ ପରିବର୍ତ୍ତନ ଥିଲା । ଦଳ – II ପାଇଥିବା ପଦାର୍ଥ ଆଇରନ୍ ସଲଫାଇଡୁ ଏକ ଯୌଗିକ ଥିଲା । ଏହାର ଧର୍ମ ଏହାର ଉପାଦାନ ଲୁହା ଓ ସଲଫର୍‌ର ଧର୍ମଠାରୁ ସଂପୂର୍ଣ୍ଣ ଭିନ୍ନ । ତେଣୁ ଏହା ଏକ ରାସାୟନିକ ପରିବର୍ତ୍ତନ ।



No comments:

Post a Comment

ANANTA COACHING CENTRE

ANANTA COACHING CENTRE

A Coaching Centre for Class 1 to +3 Both English and Odia Medium BSE Odisha, CBSE, ICSE Board Exam Preparation.

🏫 Location:

  • 📍 Address: At- Purana, Post- Thalasada, PS- Soro, Dist- Baleswar, State- Odisha, Country- India

📞 Contact Us:

  • 📱 Phone: +91 8280607556
  • 📧 Email: anantacoachingcentre@gmail.com

Read More
ANANTA COACHING CENTRE