BSE Odisha 9th Class Maths Solutions Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ Ex 1(c)

Pradeep Kumar Moharana

By Pradeep Kumar Moharana

in

Video

Question 1.

(a) ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ସମ୍ଭାବ୍ୟ ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) |A| = 3 ଓ |B| = 4 ହେଲେ A × B ର ଉପାଦାନ ସଂଖ୍ୟା
(a) 7
(b) 10
(c) 11
(d) 12
ସମାଧାନ:
12
|A| = 3 ଓ |B| = 4 ହେଲେ A × B ର ଉପାଦାନ ସଂଖ୍ୟା 3 × 4 = 12

(ii) |A| = 3 ହେଲେ |A × A| = _____
(a) 3
(b) 6
(c) 9
(d) ଏଥୁମଧ୍ୟରୁ କୌଣସିଟି ନୁହେଁ
ସମାଧାନ:
9
|A| = 3 ହେଲେ |A × A| = 3 × 3 = 9


(iii) |A ∪ B| = 15, |A| = 12 ଓ |B| = ହେଲେ |A ∩ B| =
(a) 3
(b) 6
(c) 9
(d) 12
ସମାଧାନ:
3
|A ∪ B| = 15, |A| = 12 ଓ |B| = 6 ହେଲେ,
|A ∩ B| = |A| + |B|  – |A ∪ B | = 12 + 6 – 15 = 3


(iv) |A ∪ B| = 10, |A ∩ B| = 0 ଓ |A| = 4 ହେଲେ |B| = _____
(a) 0
(b) 4
(c) 6
(d) 12
ସମାଧାନ:
6
|A ∪ B| = 10, |A ∩ B| = 0, |A| = 4 ହେଲେ,
|B| = |A ∪ B| – |A| = 10 – 4 = 6


(v) A ∩ B = Φ, |A| = 10, |B| = 3 ହେଲେ |A ∪ B| = _____
(a) 3
(b) 7
(c) 10
(d) 13
ସମାଧାନ:
13
|A ∩ B| = Φ, |A| = 10, |B| = 3 ହେଲେ |A ∪ B| = |A| + |B| = 10 + 3 = 13


(vi) |A| = |B| = 5 ଓ |A ∩ B| = 3 ହେଲେ |A Δ B| = _____
(a) 3
(b) 4
(c) 7
(d) 8
ସମାଧାନ:
4
|A| = |B| = 5 ଓ |A ∩ B| = 3 ହେଲେ,
|A Δ B| = |A| + |B| – 2|A ∩ B| = 5 + 5 -2 × 3 = 10 – 6 = 4


(vii) |A ∪B| = 10 ଓ |A ∩ B| = 3 ହେଲେ |A Δ B| = _____
(a) 10
(b) 7
(c) 3
(d) 0
ସମାଧାନ:
7
|A ∪ B| = 10, |A ∩ B| = 3 ହେଲେ
A Δ B = |A ∪ B| – |A ∩ B| = 10 – 3 = 7


(viii) |A – B| = 5 ଓ |B – A| = 7 ହେଲେ |A Δ B| = _____
(a) 2
(b) 12
(c) 7
(d) 5
ସମାଧାନ:
12
|A – B| = 5 ଓ |B – A| = 7 ହେଲେ,
|A Δ B| = |A – B| + |B – A| = 5 + 7 = 12

BSE Odisha 9th Class Maths Solutions Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ Ex 1(c)

(b) ପ୍ରତ୍ୟେକ କ୍ଷେତ୍ରରେ x ଓ yର ମାନ ନିର୍ଣ୍ଣୟ କର ।
(i) ଯଦି (2 -x, 5) = (4, y + 2)
ସମାଧାନ:
ଯଦି (2 – x, 5) = (4, y + 2)
2 – x = 4 ଓ 5= y + 2
⇒ x = 2 – 4 = -2 ଓ y = 5 – 2 = 3
∴ x = -2 ଓ 3y = 3

(ii) ଯଦି (2x + 3, 3y – 4) = (7, 5)
ସମାଧାନ:
(2x + 3, 3y – 4) = (7, 5)
∴ 2x + 3 = 7 ଏବଂ 3y- 4 = 5
⇒ x = 7−32=42 = 2
ଓ y = 5+43=93 = 3


(iii) ଯଦି (x2, y2) = (4, 9)
ସମାଧାନ:
ଯଦି (x2, y2) = (4, 9)
∴ x2 = 4, y2 = 9
⇒ x ± √4 ± 2
ଓ y = ± √9 = ± √3
∴ x = ± 2 ଓ y = ± 3

(iv) ଯଦି (x + y, x – y) = (3, 1)
ସମାଧାନ:
(x + y, x – y) = (3, 1)
⇒ x + y = 3 ଓ x – y = 1
x = (x+y)+(x−y)2=3+12=42 = 2
y = (x+y)−(x−y)2=3−12=22 = 1

(c) ଯଦି A = {1, 2, 3} ଓ B = {2, 3, 4} ତେବେ ନିମ୍ନଲିଖତ ସେଟ୍‌ମାନଙ୍କୁ ତାଲିକା ପଦ୍ଧତିରେ ଲେଖ ।
(i) {(x, y)| (x, y) ∈ A × B ଓ x < y}
ସମାଧାନ:
A × B = {1, 2, 3} × {2, 3, 4}
= {(1, 2), (1, 3), (1, 4), (2, 2), (2, 3), (2, 4), (3, 2), (3, 3), (3, 4)}
∴ {(x, y)|(x, y) ∈ A × B ଓ x < y}
= {(1, 2), (1, 3),(1, 4), (2, 3), (2, 4), (3, 4}}

(ii) {(x, y)| (x, y) ∈ B × A ଓ x < y}
ସମାଧାନ:
B × A = {2, 3, 4} × {1, 2, 3}
= {(2, 1), (2, 2}, (2, 3), (3, 1), (3, 2), (3, 3), (4, 1), (4, 2), (4, 3)}
∴ {(x, y)| (x, y) ∈ B × A ଓ x < y} = {(2, 3)}

Question 2.
A ଓ B ସେଟ୍ ଦ୍ଵୟପାଇଁ |A| = 60, |B| = 40 ଓ |A Δ B| = 70 ହେଲେ À ଓ B ର ସାଧାରଣ ଉପାଦାନ ସଂଖ୍ୟା ନିରୂପଣ କର ।
ସମାଧାନ:
∴ |A Δ B| = |A ∪ B| – |A ∩ B| = |A| + |B| – |A ∩ B| – |A ∩ B| = |A| + |B| – 2 |A ∩ B|
A ଓ B ସେଟ୍ ଦ୍ଵୟପାଇଁ |A| = 60, |B| = 40 ଓ |A Δ B| = 70
2 |A ∩ B| = |A| + |B| – |A Δ B| = 60 + 40 – 70= 100 – 70 = 30
⇒ |A ∩ B| = 302 = 15

Question 3.
A ଓ B ସେଟ୍ ଦ୍ଵୟପାଇଁ |A| = 80, |B| = 30 ଓ |A ∪ B| = 100 ହେଲେ |A Δ B| ତେବେ ଯଦି ଇର ‍।
ସମାଧାନ:
A ଓ B ସେଟ୍ ଦ୍ଵୟପାଇଁ |A| = 80, |B| = 30 ଓ |A ∪ B| = 100
|A ∩ B| = |A| +| B| – |A ∪ B|
= 80 + 30 – 100 = 110 – 100 = 10
∴ |A Δ B| = |A ∪ B| – |A ∩ B| = 100 – 10 = 90

Question 4.
ଗୋଟିଏ ଶ୍ରେଣୀରେ 100 ଜଣ ଛାତ୍ରଙ୍କ ମଧ୍ୟରୁ 40 ଜଣ କମ୍ପ୍ୟୁଟର ବିଜ୍ଞାନ ଓ 52 ଜଣ ପ୍ରାଣୀବିଜ୍ଞାନ ଅଧ୍ୟୟନ କରନ୍ତି । ଯଦି 23 ଜଣ ଛାତ୍ର ଉଭୟ ବିଷୟକୁ ଅଧ୍ୟୟନ କରୁଥା’ନ୍ତି ତେବେ କେତେଜଣ ଛାତ୍ର ଏହି ଦୁଇ ବିଷୟରୁ କୌଣସିଟିକୁ ଅଧ୍ୟୟନ କରନ୍ତି ନାହିଁ ସ୍ଥିର କର ।
ସମାଧାନ:
ମନେକର E = ଶ୍ରେଣୀରେ ଥ‌ିବା ସମସ୍ତ ଛାତ୍ରଙ୍କ ସେଟ୍ ! 
A = କମ୍ପ୍ୟୁଟର ବିଜ୍ଞାନ ଅଧ୍ୟୟନ କରୁଥିବା ଛାତ୍ରଙ୍କ ସେଟ୍, 
B = ପ୍ରାଣୀବିଜ୍ଞାନ ଅଧ୍ୟୟନ କରୁଥିବା ଛାତ୍ରଙ୍କ ସେଟ୍ । 
କମ୍ପ୍ୟୁଟର ବିଜ୍ଞାନ ବା ପ୍ରାଣୀବିଜ୍ଞାନ ଅଧ୍ୟୟନ
କରୁଥିବା ଛାତ୍ରଙ୍କ ସେଟ୍ = A ∪ B ।
କମ୍ପ୍ୟୁଟର ବିଜ୍ଞାନ ଓ ପ୍ରାଣୀବିଜ୍ଞାନ ଅଧ୍ୟୟନ
କରୁଥିବା ଛାତ୍ରଙ୍କ ସେଟ୍ = A ∩ B
ଏଠାରେ E କୁ ବ୍ୟାପକ ସେଟ୍ ରୂପେ ନିଆଯାଇଛି ।
BSE Odisha 9th Class Maths Solutions Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ Ex 1(c)
ପ୍ରଣ୍ମ।ଦୁଯ।ରେ,
|E| = 100, |A| = 40, |B| = 52, |A ∩ Bl = 23
|A ∪ B| = |A| + |B| – |A ∩ B| = 40 + 52 – 23 = 69
କୌଣସିଟିକୁ ଅଧ୍ୟୟନ କରୁନଥିବା ଛାତ୍ରଙ୍କ ସେଟ୍ = (A ∪ B)’
∴ |(A ∪ B)’| = |E| – |A ∪ B | = 100 – 69 = 31
∴ 31 ଜଣ ଛାତ୍ର କମ୍ପ୍ୟୁଟର ବିଜ୍ଞାନ ଓ ପ୍ରାଣୀବିଜ୍ଞାନ ଦୁଇ ବିଷୟରୁ କୌଣସିଟିକୁ ଅଧ୍ୟୟନ କରନ୍ତି ନାହିଁ ।

BSE Odisha 9th Class Maths Solutions Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ Ex 1(c)

Question 5.
ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର 80 ଜଣ ଛାତ୍ର ଗଣିତ ବା ବିଜ୍ଞାନରେ ପ୍ରଥମ ଶ୍ରେଣୀ ନମ୍ବର ରଖୁଥିଲେ । ସେମାନଙ୍କ ମଧ୍ୟରୁ 50 ଜଣ ଗଣିତରେ, 10 ଜଣ ଉଭୟ ଗଣିତ ଓ ବିଜ୍ଞାନରେ ପ୍ରଥମ ଶ୍ରେଣୀ ନମ୍ବର ପାଇଥିଲେ । ତେବେ କେତେଜଣ କେବଳ ବିଜ୍ଞାନରେ ପ୍ରଥମ ଶ୍ରେଣୀ ନମ୍ବର ପାଇଥିଲେ ?
ସମାଧାନ:
ମନେକର ଗଣିତରେ ପ୍ରଥମ ଶ୍ରେଣୀ ନମ୍ବର ରଖିଥ‌ିବା ଛାତ୍ରଙ୍କ ସେଟ୍ = A 
ଓ ବିଜ୍ଞାନରେ ପ୍ରଥମ ଶ୍ରେଣୀ ରଖୁଥ‌ିବା ଛାତ୍ରଙ୍କ ସେଟ୍ = B
ଗଣିତ ବା ବିଜ୍ଞାନରେ ପ୍ରଥମ ଶ୍ରେଣୀ ନମ୍ବର ରଖୁଥ‌ିବା ଛାତ୍ରଙ୍କ ସେଟ୍ = A ∪ B
ଉଭୟ ଗଣିତ ଓ ବିଜ୍ଞାନରେ ପ୍ରଥମ ଶ୍ରେଣୀ ନମ୍ବର ରଖୁଥୁବା ଛାତ୍ରଙ୍କ ସେଟ୍ = A ∩ B 
ଦତ୍ତ ଅଛି |A ∪ B| = 80, | A | = 50, |A ∩ B| = 10 
|A ∪ B| = |A| + |B| – |A ∩ B|
⇒ 80 = 50 + |B| – 10 = 80 – 40 = |B| = |B| = 40 
କେବଳ ବିଜ୍ଞାନରେ ପ୍ରଥମ ଶ୍ରେଣୀ ନମ୍ବର ପାଇଥିବା ଛାତ୍ରଙ୍କ ସେଟ୍ = B – A  ⇒ |B – A| = |B| – |A ∩ B| = 40 – 10 = 30
∴ 30 ଜଣ ଛାତ୍ର କେବଳ ବିଜ୍ଞାନରେ ପ୍ରଥମ ଶ୍ରେଣୀ ନମ୍ବର ପାଇଥିଲେ ।
BSE Odisha 9th Class Maths Solutions Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ Ex 1(c) 1

Question 6.
200 ଜଣ ଲୋକ ଇଂରାଜୀ ବା ଓଡ଼ିଆରେ କଥାବାର୍ତ୍ତା କରିପାରନ୍ତି, ଯଦି 80 ଜଣ ଲୋକ କେବଳ ଓଡ଼ିଆ ଓ 70 ଜଣ ଲୋକ କେବଳ ଇଂରାଜୀରେ କଥା ହୋଇପାରନ୍ତି, ତେବେ କେତେଜଣ ଉଭୟ ଓଡ଼ିଆ ଓ ଇଂରାଜୀରେ କଥା ହୋଇପାରନ୍ତି ?
ସମାଧାନ:
ମନେକର ଇଂରାଜୀରେ କଥାବାର୍ତ୍ତା କରୁଥିବା ଲୋକଙ୍କର ସେଟ୍ = A
 ଓ ଓଡ଼ିଆରେ କଥାବାର୍ତ୍ତା କରୁଥିବା ଲୋକଙ୍କର ସେଟ୍ = B
 କେବଳ ଇଂରାଜୀରେ କଥାହୋଇ ପାରୁଥିବା ଲୋକଙ୍କ ସେଟ୍ = A – B
 ଓ କେବଳ ଓଡ଼ିଆରେ କଥାହୋଇ ପାରୁଥିବା ଲୋକଙ୍କ ସେଟ୍ = B – A 
ଇଂରାଜୀ ବା ଓଡ଼ିଆରେ କଥାହୋଇ ପାରୁଥିବା ଲୋକଙ୍କ ସେଟ୍ = A ∪ B
 ଉଭୟ ଇଂରାଜୀ ଓ ଓଡ଼ିଆରେ କଥାହୋଇ ପାରୁଥିବା ଲୋକଙ୍କ ସେଟ୍ = A ∩ B
 ଦତ୍ତ ଅଛି |A – B|= 200, | A – B | = 70, |B – A| = 80, 
ଏଠାରେ A – B, A – B ଓ B – A ସେଦ୍ୱୟ ପରସ୍ପର ଅଣଛେଦୀ ହେତୁ 
|A ∪ B| = |A – B| + |A ∩ B| + |B – A|
200 = 70 + | A ∩ B| + 80 = |A ∩ B | = 50 
∴ 50 ଜଣ ଉଭୟ ଓଡ଼ିଆ ଓ ଇଂରାଜୀରେ କଥାବାର୍ତ୍ତା ହୋଇପାରନ୍ତି ।
BSE Odisha 9th Class Maths Solutions Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ Ex 1(c) 2

Question 7.
100 ଜଣ ଟିଭି ଦର୍ଶକଙ୍କ ମଧ୍ୟରୁ 75 ଜଣ ଦୂରଦର୍ଶନ ଜାତୀୟ କାର୍ଯ୍ୟକ୍ରମ ଓ 60 ଜଣ ବି.ବି.ସି. କାର୍ଯ୍ୟକ୍ରମ ଦେଖୁବାକୁ ପସନ୍ଦ କରନ୍ତି । ତେବେ କେତେଜଣ ଏ ଉଭୟ କାର୍ଯ୍ୟକ୍ରମ ଦେଖିବାକୁ ପସନ୍ଦ କରନ୍ତି ? କେତେଜଣ କେବଳ ଦୂରଦର୍ଶନ ଜାତୀୟ କାର୍ଯ୍ୟକ୍ରମ ଦେଖିବାକୁ ପସନ୍ଦ କରନ୍ତି ?
ସମାଧାନ:
ମନେକର ଦୂରଦର୍ଶନ ଜାତୀୟ କାର୍ଯ୍ୟକ୍ରମ
ଦେଖିବାକୁ ପସନ୍ଦ କରୁଥିବା ଦର୍ଶକଙ୍କର ସେଟ୍ = A 
ଓ ବି.ବି.ସି. କାର୍ଯ୍ୟକ୍ରମ ଦେଖିବାକୁ
ପସନ୍ଦ କରୁଥ‌ିବା ଦର୍ଶକଙ୍କର ସେଟ୍ = B
ଦୂରଦର୍ଶନ ବା ବି.ବି.ସି. କାର୍ଯ୍ୟକ୍ରମ
ଦେଖିବାକୁ ପସନ୍ଦ କରୁଥିବା ଦର୍ଶକଙ୍କ ସେଟ୍ = A ∪ B
ଉଭୟ ଦୂରଦର୍ଶନ ଓ ବି.ବି.ସି. କାର୍ଯ୍ୟକ୍ରମ ଉଭୟ ଦେଖୁବାକୁ ପସନ୍ଦ କରୁଥିବା ଦର୍ଶକଙ୍କ ସେଟ୍ = A ∩ B
ଦତ୍ତ ଅଛି |A| = 75, | B | = 60, | A ∪ B | = 100 
∴ |A ∩ B| = |A| + |B| – |A ∪ B|
⇒ |A ∩ B| = 75 + 60 – 100 = 135 – 100 = 35
କେବଳ ଦୂରଦର୍ଶନ ଜାତୀୟ କାର୍ଯ୍ୟକ୍ରମ ଦେଖୁଥ‌ିବା ଦର୍ଶକଙ୍କ ସେଟ୍ = A – B
∴ |A – B| = |A| |A ∩ B| = 75 – 35 = 40
∴ ଉଭୟ କାର୍ଯ୍ୟକ୍ରମକୁ 35 ଜଣ ଓ କେବଳ ଦୂରଦର୍ଶନ ଜାତୀୟ କାର୍ଯ୍ୟକ୍ରମ ଦେଖିବାକୁ 40 ଜଣ ପସନ୍ଦ କରନ୍ତି ।
BSE Odisha 9th Class Maths Solutions Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ Ex 1(c) 3

Question 8.
ଗୋଟିଏ ହଷ୍ଟେଲ୍‌ର 40 ଜଣ ପିଲାମାନଙ୍କ ମଧ୍ୟରୁ 15 ଜଣ କେବଳ ହକି ଖେଳନ୍ତି ଓ 20 ଜଣ କେବଳ କ୍ରିକେଟ୍ ଖେଳନ୍ତି । ଯଦି ଏହି ପିଲାମାନଙ୍କ ମଧ୍ୟରୁ ସମସ୍ତେ ହକି କିମ୍ବା କ୍ରିକେଟ୍ ଖେଳୁ ଥାଆନ୍ତି, ତେବେ କେତେଜଣ ପିଲା ହକି ଓ କ୍ରିକେଟ୍ ଉଭୟ ଖେଳ ଖେଳନ୍ତି, ନିର୍ଣ୍ଣୟ କର ।
ସମାଧାନ:
 ମନେକର ହକି ଖେଳୁଥିବା ପିଲାଙ୍କ ସେଟ୍ = H ଓ କ୍ରିକେଟ୍ ଖେଳୁଥ‌ିବା ପିଲାଙ୍କ ସେଟ୍ = C 
ହକି ବା କ୍ରିକେଟ୍ ଖେଳୁଥ‌ିବା ପିଲାଙ୍କ ସେଟ୍ = H ∪ C
ହକି ଓ କ୍ରିକେଟ୍ ଖେଳୁଥ‌ିବା ପିଲାଙ୍କ ସେଟ୍ = H ∩ C 
କେବଳ ହକି ଖେଳୁଥ‌ିବା ପିଲାଙ୍କ ସେଟ୍ = H – C
କେବଳ କ୍ରିକେଟ୍ ଖେଳୁଥ‌ିବା ପିଲାଙ୍କ ସେଟ୍ = C – H
ଦତ୍ତ ଅଛି |H ∪ C| = 40, 
|H – C|= 15,
|C – H| = 20
|H ∪ C| = |H – C| + |C −  H| + |H ∩ C|
⇒ 40 = 15 + 20 + |H ∩ C| = 40 = 35 + |H ∩ C|
⇒ |H ∩ C| = 40 – 35 = 5
∴ 5 ଜଣ ପିଲା ହକି ଓ କ୍ରିକେଟ୍ ଉଭୟ ଖେଳ ଖେଳନ୍ତି ।
BSE Odisha 9th Class Maths Solutions Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ Ex 1(c) 4

BSE Odisha 9th Class Maths Solutions Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ Ex 1(c)

Question 9.
100 ଜଣ ଲୋକଙ୍କ ମଧ୍ୟରୁ 18 ଜଣ କାର୍ କିମ୍ବା ସ୍କୁଟର ଚଳାଇବା ଜାଣିନାହାଁନ୍ତି; କିନ୍ତୁ 25 ଜଣ କାର୍ ଓ ସ୍କୁଟର ଉଭୟ ଚଳାଇବା ଜାଣିଛନ୍ତି । ଯଦି ସେମାନଙ୍କ ମଧ୍ୟରୁ 55 ଜଣ ସ୍କୁଟର ଚଳାଇବା ଜାଣିଥାଆନ୍ତି, ତେବେ କେତେଜଣ କାର୍ ଚଳାଇବା ଜାଣିଛନ୍ତି, ନିର୍ଣ୍ଣୟ କର ।
ସମାଧାନ:
ମନେକର ଲୋକମାନଙ୍କ ସେଟ୍ = ବ୍ୟାପକ ସେଟ୍ = E,
କାର୍ ଚଳାଉଥିବା ଲୋକଙ୍କ ସେଟ୍ = C
ଓ ସ୍କୁଟର ଚଳାଉଥିବା ଲୋକଙ୍କ ସେଟ୍ = S
ଉଭୟ କାର୍ କିମ୍ବା ସ୍କୁଟର ଚଳାଉଥିବା ଲୋକଙ୍କ ସେଟ୍ = C ∪ S
କାର୍ ଓ ସ୍କୁଟର ଚଳାଉଥିବା ଲୋକଙ୍କ ସେଟ୍ = C ∩ S
କାର୍ କିମ୍ବା ସ୍ଫୁଟର କୌଣସିଟି ଚଳାଇବା ଜାଣିନଥିବା ଲୋକଙ୍କ ସେଟ୍ = (C ∪ S)’
ଦତ୍ତ ଅଛି, |E| = 100, |(C ∪ S)’| = 18, |C ∩ S| = 25, |S| = 55
|C ∪ S| = |E| – |(C ∪ S)’| = 100 – 18 = 82
|C ∪ S| = |C| + |S| – |C ∩ S |
⇒ 82 = |C| + 55 – 25 = 82 = |C| + 30
⇒ |C| = 82 – 30 = 52
∴ 52 ଜଣ କାର୍ ଚଳାଇବା ଜାଣିଛନ୍ତି ।
BSE Odisha 9th Class Maths Solutions Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ Ex 1(c) 5

Question 10.
ଏକ ଶ୍ରେଣୀର 50 ଜଣ ଛାତ୍ରୀଙ୍କ ମଧ୍ୟରୁ 22 ଜଣ ଗୀତ ଶିଖନ୍ତି ଓ 22 ଜଣ ନାଚ ଶିଖନ୍ତି । ଏଥୁମଧ୍ୟରୁ କେବଳ 5 ଜଣ ଛାତ୍ରୀ ଉଭୟ ଗୀତ ଓ ନାଚ ଶିଖନ୍ତି । ତେବେ କେତେଜଣ ଛାତ୍ରୀ ଗୀତ କିମ୍ବା ନାଚ କୌଣସିଟି ଶିଖନ୍ତି ନାହିଁ ଏବଂ କେତେଜଣ ଛାତ୍ରୀ ଏହି ଦୁଇଟି ମଧ୍ୟରୁ କେବଳ ଗୋଟିଏ ଶିକ୍ଷା କରନ୍ତି, ନିର୍ଣ୍ଣୟ କର ।
ସମାଧାନ:
ମନେକର ଶ୍ରେଣୀର ସମସ୍ତ ଛାତ୍ରୀଙ୍କ ସେଟ୍ = ବ୍ୟାପକ ସେଟ୍ = E 
ଗୀତ ଶିଖୁଥ‌ିବା ଛାତ୍ରୀଙ୍କ ସେଟ୍ = S, ନାଚ ଶିଖୁଥ‌ିବା ଛାତ୍ରୀଙ୍କ ସେଟ୍ = D 
ଗୀତ କିମ୍ବା ନାଚ ଶିଖୁଥୁବା ଛାତ୍ରୀଙ୍କ ସେଟ୍ = S ∪ D
ଉଭୟ ଗୀତ ଏବଂ ନାଚ ଶିଖୁଥ‌ିବା ଛାତ୍ରୀଙ୍କ ସେଟ୍ = S ∩ D 
ଦତ୍ତ ଅଛି |E| = 50, |S| = 22, |D| = 22, | S ∩ D | = 5
|S ∪ D| = |S| +|D| – |S ∩ D|
= 22 + 22 – 5 = 44 – 5 = 39
କୌଣସିଟି ଶିଖୁନଥ‌ିବା ଛାତ୍ରୀଙ୍କ ସେଟ୍ = (S ∪ D)’
∴ |(S ∪ D)’| = |E| – |S ∪ D|= 50 – 39 = 11 
ଦଣ ଗୀତ ଓ ନାଚ ମଧ୍ୟରୁ କେବଳ ଗୋଟିଏ ଶିକ୍ଷା କରୁଥିବା ଛାତ୍ରୀଙ୍କର ସଂଖ୍ୟା
= |S ∪ D| – |S ∩ D| = 39 – 5 = 34
∴ 11 ଜଣ ଛାତ୍ରୀ କୌଣସିଟି ଶିଖନ୍ତି ନାହିଁ ଏବଂ 34 ଜଣ ଛାତ୍ରୀ କେବଳ ଗୋଟିଏ ଶିକ୍ଷା କରନ୍ତି ।
BSE Odisha 9th Class Maths Solutions Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ Ex 1(c) 6

Question 11.
ଗୋଟିଏ କଲୋନୀର ଦୁଇ ପଞ୍ଚମାଂଶ ପରିବାର ‘ସମ୍ବାଦ’ ଓ ତିନି ଚତୁର୍ଥାଂଶ ପରିବାର ‘ସମାଜ’ ପଢ଼ନ୍ତି । ଯଦି 50 ଟି ପରିବାର ଏଇ ଦୁଇଟି ସମ୍ବାଦପତ୍ର ମଧ୍ୟରୁ କୌଣସିଟି ପଢ଼ନ୍ତି ନାହିଁ ଏବଂ 125ଟି ପରିବାର ଉଭୟ ଖବରକାଗଜ ପଢ଼ନ୍ତି ତେବେ ଉକ୍ତ କଲୋନୀର ପରିବାର ସଂଖ୍ୟା ନିର୍ଣ୍ଣୟ କର ।
ସମାଧାନ:
ମନେକର କଲୋନୀରେ ଥ‌ିବା ସମସ୍ତ ପରିବାର ସେଟ୍ = ବ୍ୟାପକ ସେଟ୍ = E 
ସମ୍ବାଦ ପଢ଼ୁଥ‌ିବା ପରିବାର ସେଟ୍ = A, ସମାଜ ପଢୁଥିବା ପରିବାର ସେଟ୍ = B
 ସମ୍ବାଦ କିମ୍ବା ସମାଜ ପଢ଼ୁଥ‌ିବା ପରିବାର ସେଟ୍ = A ∪ B
 ଉଭୟ ସମ୍ବାଦ ଏବଂ ସମାଜ ପଢୁଥ‌ିବା ପରିବାର ସେଟ୍ = A ∩ B 
କୌଣସିଟି ପଢୁନଥିବା ପରିବାର ସେଟ୍ = (A ∪ B)’
ଦତ୍ତ ଅଛି, |(A ∪ B)’| = 50, |A ∩ B| = 125
ମନେକର |E| = x
ପ୍ରଶ୍ନନୁସାରେ, |A| = 2x5, |B| = 2x4
ଆମେ ଜାଣୁ |E| = |A ∪ B| + |(A ∪ B)’|
⇒ |E| = |A| + |B| – |A ∩ B| +|(A ∪ B)’| ⇒ x = 2x5 + 3x4 – 125 + 50
⇒ x=8x+15x20−75⇒x=23x−150020
⇒ 20x = 23x – 1500 ⇒ 1500 = 23x – 20x
⇒ 3x = 1500 ⇒ x = 15003
∴ କଲୋନୀର ପରିବାର ସଂଖ୍ୟା 500 ।
BSE Odisha 9th Class Maths Solutions Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ Ex 1(c) 7

Question 12.
2 କିମ୍ବା 3 ଦ୍ବାରା ବିଭାଜ୍ୟ 200 ଟି ଗଣନ ସଂଖ୍ୟା ମଧ୍ୟରୁ 140ଟି ଯୁଗ୍ମ ଓ 40ଟି 6 ଦ୍ୱାରା ବିଭାଜ୍ୟ । ତେବେ କେତେ ଗୋଟି ଅଯୁଗ୍ମ ସଂଖ୍ୟା ଓ କେତେଗୋଟି ସଂଖ୍ୟା 3 ଦ୍ୱାରା ବିଭାଜ୍ୟ ନିର୍ଣ୍ଣୟ କର ।
ସମାଧାନ:
ମନେକର 2 ଦ୍ବାରା ବିଭାଜ୍ୟ ସଂଖ୍ୟାର ସେଟ୍ = A ଓ 3 ଦ୍ୱାରା ବିଭାଜ୍ୟ ସଂଖ୍ୟାର ସେଟ୍ = B 
2 କିମ୍ବା 3 ଦ୍ବାରା ବିଭାଜ୍ୟ ସଂଖ୍ୟାର ସେଟ୍ = A ∪ B
2 ଏବଂ 3 ଦ୍ବାରା କିମ୍ବା 6 ଦ୍ୱାରା ବିଭାଜ୍ୟ ସଂଖ୍ୟାର ସେଟ୍ = A ∩ B
ଦତ୍ତ ଅଛି |A ∪ B|= 200, |A ∩ B| = 40
ଅଯୁଗ୍ମ ସଂଖ୍ୟାମାନଙ୍କର ସେଟ୍ = B – A
∴ |B – A| = |A ∪ B| |A| = 200 – 140 = 60
|B| = |B – A| + |A ∩ B| = 60 + 40 = 100
∴ 60 ଗୋଟି ଅଯୁଗ୍ମ ସଂଖ୍ୟା ଓ 100 ଟି ସଂଖ୍ୟା 3 ଦ୍ଵାରା ବିଭାଜ୍ୟ ।
BSE Odisha 9th Class Maths Solutions Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ Ex 1(c) 8



No comments:

Post a Comment

ANANTA COACHING CENTRE

ANANTA COACHING CENTRE

A Coaching Centre for Class 1 to +3 Both English and Odia Medium BSE Odisha, CBSE, ICSE Board Exam Preparation.

🏫 Location:

  • 📍 Address: At- Purana, Post- Thalasada, PS- Soro, Dist- Baleswar, State- Odisha, Country- India

📞 Contact Us:

  • 📱 Phone: +91 8280607556
  • 📧 Email: anantacoachingcentre@gmail.com

Read More
ANANTA COACHING CENTRE